ଦିବଂଗତ ଗୋ’ସେବକ ମହେଶ୍ୱର ପ୍ରଧାନଙ୍କ ସ୍ମୃତିସଭା


ସତ୍ୟବାଦୀ : ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ସ୍ଥିତ ମହାବଳପଡା ବରାଳ ବାଲୁଙ୍କେଶ୍ୱର ଦେବ ଟ୍ରଷ୍ଟ ର ଗୋବିନ୍ଦଜୀଉ ଗୋଶାଳାର ରକ୍ଷକ ତଥା ପରିଚାଳନା କମିଟିର ସଭାପତି ମହେଶ୍ୱର ପ୍ରଧାନଙ୍କ ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା ସେହି ଦିବଂଗତ ଅମର ଆତ୍ମାର ସଦଗତି ନିମନ୍ତେ ତାଙ୍କର ଏକଦଶାହ ତିଥିରେ ଏକ ସ୍ମୃତି ସଭା ତାଙ୍କ ଚୁରାଳି ସ୍ଥିତ ବାସଭବନ ପରିସରରେ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୁରୀ ବିଭାଗ ସଂଘ ଚାଳକ ମନୋରଞ୍ଜନ ସାହୁ ସଭାପତିତ୍ୱ କରିଥିଲେ । ଜିଲ୍ଲା ସଂଘ ଚାଳକ ରମେଶ ଚନ୍ଦ୍ର ମାଝୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଭାଗ ସେବା ପ୍ରମୁଖ, ଗୋଶାଳାର ଟ୍ରଷ୍ଟି ପ୍ରଭାତ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଗୋଶାଳା ସଂଯୋଜକ ସୁଧୀର ଚକ୍ରବର୍ତ୍ତୀ ସ୍ୱର୍ଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ । ଗୋ ସେବକ ତଥା ସମାଜସେବୀ ତିରୁପତି ଜେନା ଏହି ସ୍ମୃତି ସଭାରେ ସ୍ୱର୍ଗତ ମହେଶ୍ୱର ଜଣେ ଦକ୍ଷ ଗୋସେବକ, ସମାଜସେବୀ, ବୃକ୍ଷପ୍ରେମୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ଏବଂ ଜିଲ୍ଲା ଭାଜପାର ଜଣେ ବରିଷ୍ଠ ନେତା ଥିଲେ, ଗାଁ ଗାଁରେ ରାସାୟନିକ ସାର ଯୋଗୁଁ ବିଭିନ୍ନ ରୋଗରୁ କେମିତି ରକ୍ଷା ପାଇବେ ସେଥିପାଇଁ ସମସ୍ତେ ଜୈବିକ କୃଷି କରିବା, ଘରେ ଘରେ ଗୋ ବଂଶଙ୍କ ସ୍ଥାନ ଏଥିଲା ମହେଶ୍ୱରଙ୍କ ଇଛା ବୋଲି କହିଥିଲେ । ସଭାକାର୍ଯ୍ୟରେ ବିଭୁତି ଭୁଷଣ ସାମନ୍ତସିଂହାର, ରମେଶ ଚନ୍ଦ୍ର ମାଝୀ, ପ୍ରଭାତ ମହାପାତ ପ୍ରମୁଖ ଉପସ୍ଥିତ ରହି ମହେଶ୍ୱରଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *