Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୋରା ଗୋଚାଲାଣକାରୀଙ୍କୁ ଗିରଫ କରି ଜେଲରେ ଠୁଙ୍କିଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୋରା ଗୋଚାଲାଣକାରୀଙ୍କୁ ଗିରଫ କରି ଜେଲରେ ଠୁଙ୍କିଲେ


ଡେଲାଙ୍ଗ:ଆଜକୁ ପ୍ରାୟ ଦୁଇ ବର୍ଷ ଧରି ସ୍ଥାନୀୟ ପୋଲିସର କୋହଳ ମନୋବୃତି ତଥା ଗୋରୁ ଚାଲାଣକାରୀଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ଯୋଗୁଁ ଡେଲାଙ୍ଗ ଅଂଚଳରେ ଚୋରା ଗୋଚାଲାଣକାରୀଙ୍କ ପ୍ରାଦୁର୍ଭାବ ଅହେତୁକ ଭାବେ ବୃଦ୍ଧି ପାଉଥିଲା । ଅଭିଯୋଗ ଅନୁଯାୟୀ ତକôାଳୀନ ଥାନାଧିକାରୀଙ୍କ ସହ ଗୋରୁଚାଲାଣ କରୁଥିବା ବେପାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଡେଲାଙ୍ଗ ଏବଂ ଏହାର ଆଖପାଖ ଅଂଚଳରୁ ଲଗାତର ଗୋରୁଚାଲାଣ ହେଲେ ମଧ୍ୟ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା । ମାତ୍ର ଖୁସିର କଥା ଡେଲାଙ୍ଗ ଥାନାରେ ନୂତନ ଆଇଆଇସି ଭାବେ ଦେବାଶିଷ ମହାନ୍ତି ଏକ ଗୋଚାଲାଣ ଅପରାଧରେ ଜଣେ ବ୍ୟକ୍ତିକୁ ଗିରଫ କରି ଜେଲରେ ଠୁଙ୍କିବା ସହ ଏଥିରେ ବ୍ୟବହୃତ ଏକ ଟାଟା ଏସି ଗାଡ଼ିକୁ ଜବତ କରିଛନ୍ତି ।
ଡେଲାଙ୍ଗ ଥାନା ହରିରାଜପୁର ପଂଚାୟତ ଅନ୍ତର୍ଗତ ଗୋଲାପଡା ଗ୍ରାମର ରବୀନ୍ଦ୍ର କାଣ୍ଡିଙ୍କର ଦୁଇଟି ବାଛୁରୀ କେଉଁଆଡେ ନିଖୋଜ ହୋଇଯାଇଥିବାବେଳେ ବହୁତ୍ ଖୋଜାଖୋଜି କରିବା ପରେ ମଧ୍ୟ ରବୀନ୍ଦ୍ର ବାଛୁରୀ ଦ୍ୱୟଙ୍କର କୌଣସି ସନ୍ଧାନ ପାଇ ନ ଥିଲେ । ତେବେ ତରଡା ବନ୍ଧ ନିକଟରେ ଜଟଣୀ ଥାନା ଅନ୍ତର୍ଗତ ତରାବୋଇ ଅଂଚଳର ଆରିଫ୍ ମହମ୍ମଦ ଓ ତାଙ୍କ ସହଯୋଗୀ ଗୋରୁ ଦୁଇଟିକୁ ଚୋରି କରି ନେଉଥିବାବେଳେ ହିନ୍ଦୁ ଜାଗରଣ ସଂଗଠନ ଓ ଗ୍ରାମବାସୀମାନେ ମିଳିତ ହୋଇ ତାଙ୍କୁ ସେଠାରେ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ହରିରାଜପୁର ଫାଣ୍ଡି ଅଧିକାରୀ ଗଦାଧର ନାୟକ ଗୋରୁ ବୋଝେଇ ଗାଡ଼ି ସହ ଜଣେ ଅଭିଯୁକ୍ତକୁ ଧରି ଥାନାକୁ ନେଇଥିବାବେଳେ ସହଯୋଗୀ ଜଣକ କୌଶଳକ୍ରମେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ ଗୋରୁ ଦୁଇଟିଙ୍କୁ ପ୍ରାଣୀ ଚିକିତ୍ସକଙ୍କଦ୍ୱାରା ପ୍ରାଥମିକ ଚିକିତ୍ସା କରାଯାଇ ମାଲିକ ରବୀନ୍ଦ୍ର କାଣ୍ଡିଙ୍କୁ ହସ୍ତାନ୍ତର କରାଯାଇଛି । ରବୀନ୍ଦ୍ରଙ୍କ ଅଭିଯୋଗକୁ ଭିତିକରି ଥାନାରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଗାଡ଼ି ଡ୍ରାଇଭର ଆରିଫ୍ ମହମ୍ମଦକୁ ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ଡ୍ରାଇଭର ଆରିଫ୍ ମହମ୍ମଦକୁ ଗାଳିଗୁଲଜ ଓ ଠେଲାପେଲା କରିବା ଅଭିଯୋଗକ୍ରମେ ଥାନାରେ ପୃଥକ୍ ଭାବେ ଅନ୍ୟ ଏକ ମାମଲା ରୁଜୁ ହୋଇଥିବା ନେଇ ପୋଲିସ୍ ସୂତ୍ରରୁ ସୂଚନା ମିଳିଛି ।

Leave a Reply