ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଶତାବ୍ଦୀ ବର୍ଷ ପୂର୍ତ୍ତୀ ଅବସରରେ ଆଜି ବ୍ୟାସନଗର ଟାଉନ ହଲ ଠାରେ ଏକ ପ୍ରମୁଖ ବୁଦ୍ଧିଜୀବି ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ପୂର୍ବପ୍ରାନ୍ତ କାର୍ଯ୍ୟବାହ ଡକ୍ଟର ଅନିଲ କୁମାର ମିଶ୍ର ମୁଖ୍ୟ ବକ୍ତା ରୂପେ ଯୋଗଦାନ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ର ଶତାବ୍ଦୀ ବର୍ଷର ଯାତ୍ରାର ସ୍ମୃତି ଓ ଲକ୍ଷ ତଥା ଏହି ଶତାବ୍ଦୀ ବର୍ଷରେ ସମାଜରେ ପଞ୍ଚ ପରିବର୍ତ୍ତନ ର ଲକ୍ଷ୍ୟ ଓ କରଣୀୟ କାର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ଉକ୍ତ ସଭାରେ ଉପସ୍ଥିତ ପ୍ରମୁଖ ନାଗରିକ ମାନଙ୍କ ଜିଜ୍ଞାଶା ସମାଧାନ ଉତ୍ତର ମାଧ୍ୟମରେ ଦେଇଥିଲେ। ଉକ୍ତ ସଭାରେ ଯାଜପୁର ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ସୁକିନ୍ଦା, ଦାନଗଦି, କୋରେଇ ଓ ବ୍ୟାସନଗର ଆଦି ବିଭିନ୍ନ ଅଞ୍ଚଳର ମୋଟ ୨୫୩ ଜଣ ବୁଦ୍ଧିଜୀବୀ ମାନେ ଉପସ୍ଥିତ ହୋଇଥିଲେ। ସମସ୍ତଙ୍କୁ ପୁଷ୍ପ ଦେଇ ସ୍ୱାଗତ କରି ସଭାଗୃହ କୁ ଆମନ୍ତ୍ରଣ କରାଯାଇଥିଲା। ପ୍ରଥମେ ମଞ୍ଚାସୀନ ମାନନୀୟ ବିଭାଗ ସଘଂଚାଳକ ଶ୍ରୀମାନ କାମପାଳ ସାହୁ, ଜିଲ୍ଲା ସଙ୍ଘ ଚାଳକ ବଟକୃଷ୍ଣ ଜେନା, ଜିଲ୍ଲା ସମ୍ପର୍କ ପ୍ରମୁଖ ଜୟଗୋପାଳ ବୈଶାଖ ମୁଖ୍ୟ ଅତିଥିଙ୍କୁ ନେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ, ସ୍ୱାଗତ ସମ୍ଭାଷଣ ଓ ବ୍ୟକ୍ତିଗତ ଗୀତ ପରେ ମୁଖ୍ୟ ବକ୍ତାଙ୍କ ସମ୍ଭାଷଣ ପ୍ରଦାନ କରାଗଲା । ସବିଶେଷରେ ନଗର ସମ୍ପର୍କ ପ୍ରମୁଖ ସତ୍ୟଜିତ ଶତପଥି ଙ୍କ ଦ୍ୱାରା ସଭାରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବି ତଥା ଏହି କାର୍ଯ୍ୟକ୍ରମରେ ସହଯୋଗୀ ସ୍ୱୟଂସେବକ,ମିଡ଼ିଆ, ପ୍ରଶାସନିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ ଓ ବନ୍ଦେ ମାତରମ ସଂଗୀତ ଗାନ ପରେ ସଭା ସାଙ୍ଗ ହୋଇଥିଲା ।