Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ଅର୍ଥନୈତିକ ଦେଶ ହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ଅର୍ଥନୈତିକ ଦେଶ ହେବ

ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମ୍ ସମ୍ମିଳନୀ କେନ୍ଦ୍ରର ଉଦଘାଟନୀ ସମାରୋହରେ ବଡ଼ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଭାବେ ସେ ତୃତୀୟ ଥର ଜିତିବେ ବୋଲି ଅନୁମାନ କରିବା ସହିତ ତାଙ୍କର ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ଅର୍ଥନୈତିକ ଦେଶ ହେବ ବୋଲି ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଟ୍ରାକ ରେକର୍ଡ ଆଧାରରେ କହୁଛି ଯେ ମୋର ତୃତୀୟ ପାଳିରେ ବିଶ୍ୱର ପ୍ରଥମ ୩ ବଡ଼ ଅର୍ଥନୈତିକ ଦେଶ ଭିତରେ ଗୋଟିଏ ନା ଭାରତର ରହିବ । ଅର୍ଥାତ୍ ତୃତୀୟ ପାଳିରେ ପ୍ରଥମ ତିନୋଟି ଅର୍ଥନୀତିରେ ଭାରତ ଗର୍ବର ସହ ଛିଡ଼ା ହୋଇଥିବ । ୨୦୨୪ ରେ ଆମର ତୃତୀୟ କାର୍ଯ୍ୟକାଳରେ ଦେଶର ବିକାଶ ଯାତ୍ରା ଆହୁରି ଦ୍ରୁତ ଗତିରେ ବଢ଼ିବ । ଆପଣ ଆପଣଙ୍କ ଆଖି ସାମ୍ରେନା ଆପଣଙ୍କର ସ୍ୱପ୍ନ ପୂରଣ ହେଉଥିବାର ଦେଖିବେ ।”ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଆମର ପ୍ରଥମ କାର୍ଯ୍ୟକାଳ ଆରମ୍ଭରେ ଭାରତ ବିଶ୍ୱ ଅର୍ଥନୀତିରେ ଦଶମ ସ୍ଥାନରେ ରହିଥିଲା । ଯେତେବେଳେ ଆପଣ ମୋତେ ଦେଶ ସମ୍ବାଳିବର କାମ ଦେଲେ ସେତେବେଳେ ଆମେ ଦଶ ନମ୍ବରରେ ଥିଲୁ । ଆମର ଦ୍ୱିତୀୟ ପର୍ଯ୍ୟାୟରେ ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି । ଆନ୍ତର୍ଜାତୀୟ ଏଜେନ୍ସିମାନେ ମଧ୍ୟ କହୁଛନ୍ତି ଯେ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ଶେଷ ହେବାକୁ ଯାଉଛି ।ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଆଜି ବିଶ୍ୱ ଏହା ସ୍ୱୀକାର କରୁଛି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଆଜି ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନରେ ଅମୃତ ମହୋତ୍ସବଙ୍କୁ ପାଳନ କରୁଛୁ, ଏହି ‘ଭାରତ ମଣ୍ଡପମ୍’ ଆମ ଗଣତନ୍ତ୍ର ପାଇଁ ଭାରତୀୟମାନେ ଦେଇଥିବା ଏକ ସୁନ୍ଦର ଉପହାର ।ମୋଦୀ କହିଛନ୍ତି ଯେ କିଛି ସପ୍ତାହ ପରେ ଏଠାରେ ଜି -୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦୁନିଆର ବଡ଼ ଦେଶର ମୁଖ୍ୟମାନେ ଏଠାରେ ଉପସ୍ଥିତ ରହିବେ ।

Leave a Reply