ଆଇନ ଛାତ୍ରଛାତ୍ରୀ ଅବହେଳିତ ବର୍ଗଙ୍କ ପାଇଁ କାର୍ଯ୍ୟ କରିବା ଆବଶ୍ୟକ : ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ କହିଛନ୍ତି, ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଛି ନୂଆ କରି ଦେଖାଇବାର କ୍ଷମତା ରହିଛି ଯାହାକୁ ସେମାନେ କାର୍ଯ୍ୟରେ ପରିଣତ କରିବା ଲାଗି ସଂକଳ୍ପ ଗ୍ରହଣ କରିବା ଉଚିତ । ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ସ୍ମରଣ କରି ରାଷ୍ଟ୍ରପତି କହିଛନ୍ତି, ସେ ସମ୍ବିଧାନରେ ସେଭଳି ବ୍ୟବସ୍ଥା କରି ଯାଇଛନ୍ତି ବୋଲି ଆଜି ମୁଁ ରାଷ୍ଟ୍ରପତି ପଦ ଅଳଙ୍କୃତ କରିପାରିଛି ।ସେହିପରି ଉକôଳ ଗୌରବ ମଧୁସୂଦନ ଦାସଙ୍କୁ ମନେପକାଇ, ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କୁ ସମସ୍ତେ ବାରିଷ୍ଟରଭାବେ ଜାଣନ୍ତି ଓ ମହାତ୍ମା ଗାନ୍ଧୀ ଏବଂ ମଧୁ ବାରିଷ୍ଟର ଆମ ସ୍ୱାଧୀନତା ସଂଗ୍ରାମର ଦୁଇ ମହାନ ଯୋଦ୍ଧା ଭାବେ ପରିଚିତ । ଉଭୟ ସଂଗ୍ରାମୀ ଆଇନଜୀବୀ ଭାବେ ସମାଜରେ ନ୍ୟାୟ ପ୍ରତିଷ୍ଠା ଓ ଏକତା ରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ବହୁ ଓକିଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏକ ବିକାଶଶୀଳ ଓ ନୀତିପୂର୍ଣ୍ଣ ସମାଜ ଗଠନ ଦିଗରେ, ଆଇନ ଛାତ୍ରଛାତ୍ରୀମାନେ ଦେଶର ପ୍ରମୁଖ ବିଷୟ ଗୁଡିକ ସମ୍ପର୍କରେ ଜାଣିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି ।

Leave a Reply

Your email address will not be published. Required fields are marked *