Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଗଷ୍ଟରେ ଲଞ୍ଚ ହେବ ପ୍ରଥମ ଗଗନଯାନ ମିଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଗଷ୍ଟରେ ଲଞ୍ଚ ହେବ ପ୍ରଥମ ଗଗନଯାନ ମିଶନ

ନୂଆଦିଲ୍ଲୀ: ଅଗଷ୍ଟରେ ଲଞ୍ଚ ହେବ ପ୍ରଥମ ଗଗନଯାନ ମିଶନ । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଏସ ସେମାନାଥ ଏ ନେଇ ସୂଚନା ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ, ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ମିଶନ ‘ଗଗନଯାନ’ ଅଗଷ୍ଟରେ ଲଞ୍ଚ ହେବ ଏବଂ ଆସନ୍ତା ବର୍ଷ ମାନବ ବିହୀନ ମିଶନ ଲଞ୍ଚ ହେବ । ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା (ପିଆରଏଲ)ରେ ଏକ କାର୍ଯ୍ୟକ୍ରମ ଅବସରରେ ସୋମନାଥ କହିଛନ୍ତି ଯେ, ଗଗନଯାନ ମିଶନ ପାଇଁ ଆମେ ଏକ ନୂଆ ରକେଟ ତିଆରି କରିଛୁ ଯାହା ଶ୍ରୀହରୀକୋଟରେ ପ୍ରସ୍ତୁତ । ଏଥିରେ କ୍ରୁ କ୍ୟାପସୁଲ ଏବଂ କ୍ରୁ ଏସ୍କେପ୍ ସିଷ୍ଟମକୁ ଯୋଡ଼ାଯିବା କାମ ଆରମ୍ଭ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା କାମ ଶେଷ ହେବ ଏବଂ ପରୀକ୍ଷଣ କରାଯିବ । ପ୍ରୋଜେକ୍ଟର ଅଂଶ ଅନୁଯାୟୀ ‘ମାନବ ବିହୀନ ମିଶନ ଆସନ୍ତା ବର୍ଷ ଆରମ୍ଭରେ ହେବ ।’ ସୋମନାଥ ପିଆରଏଲରେ ଉଚ୍ଚ କ୍ଷମତା ସମ୍ପନ୍ନ (ଏଚପିସି) ସୁପର କମ୍ପୁ୍ୟଟର ପରମ ବିକ୍ରମ୧୦୦୦ ଶୁଭାରମ୍ଭ କରିଛନ୍ତି । ଏହା ବର୍ତ୍ତମାନରେ ବ୍ୟବହାର କରାଯାଉଥିବା ବିକ୍ରମ-୧୦୦ଠାରୁ ୧୦ ଗୁଣା ଦ୍ରୁତ ।

Leave a Reply