ଗ୍ରାହକ ପଞ୍ଚାୟତର ସୁବର୍ଣ୍ଣ ଜୟନ୍ତୀ ପାଇଁ ଆଭାସି ବୈଠକ

ବଲାଙ୍ଗୀର : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ଏକ ଅଭାସି କାର୍ଯ୍ୟକାରିଣୀ ବୈଠକ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଆଗାମୀ ୮ ,୯,୧୦ ସେପ୍େଟମ୍ବର ୨୦୨୩ ରୁ ଦିଲ୍ଲୀଠାରେ ଆରମ୍ଭ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ବର୍ଷ ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଉପରେ ପ୍ରାନ୍ତ ସଭାପତି ଶଶି ଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଗତ ୨୨ ଜୁନ ୨୦୨୩ ସନ୍ଧ୍ୟା ରେ । ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଭାରୀ ରବିକାନ୍ତ ଜେଉସ୍ୱାଲ , ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ୱାଇଁ ବୈଠକ ରେ ଯୋଗ ଦେଇ ରୂପରେଖ ପ୍ରସ୍ତୁତି ଦିଗରେ ମାର୍ଗ ଦର୍ଶନ କରିଥିଲେ । ପ୍ରାନ୍ତ ସଂଗଠନ ସମ୍ପାଦକ ସତ୍ୟ ନାରାୟଣ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାନ୍ତ ସାଧାରଣ ସମ୍ପାଦକ ମାଣିକ ଲାଲ ବର୍ମା, ରାଜ୍ୟ ମହିଳା ପ୍ରମୁଖ ସଂଯୁକ୍ତା ମିଶ୍ର, ବଲାଙ୍ଗିର ସଭାପତି ଗୋପବନ୍ଧୁ ଶତପଥୀ, ଉପ ସଭାପତି ସଂଯୁକ୍ତା ମିଶ୍ର, ସହ ସମ୍ପାଦକ ତଥା ମହିଳା ସଂଯୋଜିକ ନିହରିକା ମିଶ୍ର, ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ପତି, ତ୍ରିନାଥ କାଲସାଏ, ରାଉରକେଲା ସଭାପତି ସତ୍ୟନାରାୟଣ ଦାଶ, ପ୍ରମଖ ଯୋଗଦେଇ ପ୍ରାନ୍ତ ରେ ୨୦୨୩-୨୪ ବର୍ଷ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଉପରେ ଆଲୋଚନା ହୋଇ ୫୦ ବର୍ଷରେ ୫୦ କାର୍ଯ୍ୟ କର୍ତ୍ତା ପ୍ରାନ୍ତ ରୁ ଜିଲ୍ଲା ପ୍ରତ୍ୟେକ ସ୍ତରରେନିର୍ମାଣ କରାଯିବା ଉପରେ ନିଷ୍ପତି ନିଆଯାଇଥିଲା । ଆରମ୍ବରେ ସଂଗଠନ ମନ୍ତ୍ର ଓ ଶେଷରେ ଶାନ୍ତି ପାଠ ସହିତ ବୈଠକ ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *