Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ ୪ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ ୪ ଅଟକ

ବାରଙ୍ଗ/ ତ୍ରିଶୂଳିଆ :ନନ୍ଦନକାନନ ଥାନା ଅନ୍ତର୍ଗତ କଲ୍ୟାଣ ପୁର ଗ୍ରାମ ନିକଟସ୍ଥ ରାସ୍ତା କଡରେ ଫୁଲ ତୋଳିବା ବେଳେ ଗୋରୁ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ , ୪ ଅଟକ । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କଲ୍ୟାଣପୁର ଅଧିବାସୀ ସୁଧୀର କୁମାର ସିଂ ସବୁଦିନ ପରି ଆଜି ସକାଳୁ ଉଠି ନଦୀବନ୍ଧ ରାସ୍ତା କଡକୁ ଫୁଲ ତୋଳିବାକୁ ଯାଇଥିଲେ । ରାସ୍ତା କଡ଼ରେ ବାଇକ ଥୋଇ ଫୁଲ ତୋଳୁଥିବା ସମୟରେ ସେହି ରାସ୍ତା ଦେଇ ଦ୍ରୁତ ଗତିରେ ଆସୁଥିବା ଏକ ଗୋରୁ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ଫୁଲ ତୋଳୁଥିବା ସୁଧୀର କୁମାର ସିଂ ରାସ୍ତା ତଳକୁ ଖସି ପଡି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ସେପଟେ ଧକ୍କା ଦେଇଥିବା ଗୋରୁ ବୋଝେଇ ଟ୍ରକ ମଧ୍ୟ ରାସ୍ତା ତକଳୁ ଖସି ପଡ଼ିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦେଖି ସୁଧୀରଙ୍କୁ ଉଦ୍ଧାର କରିବା ସହିତ ଗୋରୁ ବୋଝେଇ ଟ୍ରକ ଭିତରୁ ·ରି ଜଣ ଯୁବକଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ମୃତକ ଜଣକ ବିହାର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ସୁଧୀର ସିଂ ବୋଲି ଜଣାପଡ଼ିଛି । ସେ ଦୀର୍ଘ ଦିନ ହେବ କଲ୍ୟାଣପୁରରେ ଘର କରି ବାସ କରୁଥିଲେ । ପରେ ଗ୍ରାମବାସ ମାନେ ନନ୍ଦନକାନନ ଥାନାକୁ ଖବର ଦେଇଥିଲେ ।

Leave a Reply