Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୀପାବଳିରେ ନ୍ୟୁୟର୍କରେ ସ୍କୁଲ ଛୁଟି ରହିବ, ଗୃହୀତ ହେଲା ବିଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୀପାବଳିରେ ନ୍ୟୁୟର୍କରେ ସ୍କୁଲ ଛୁଟି ରହିବ, ଗୃହୀତ ହେଲା ବିଲ୍

ନ୍ୟୁୟର୍କ : ଆମେରିକାର ପେନ୍ସିଲଭାନିଆ ପରେ ନ୍ୟୁୟର୍କରେ ମଧ୍ୟ ଦୀପାବଳିରେ ସ୍କୁଲ ଛୁଟି ରହିବ । ଏ ନେଇ ନ୍ୟୁୟର୍କ ରାଜ୍ୟ ବିଧାନସଭାରେ ଏକ ବିଲ୍ ଗୃହୀତ ହୋଇଛି । ନ୍ୟୁୟର୍କ ରାଜ୍ୟ ବିଧାନସଭା ଗତ ସପ୍ତାହରେ ଏହି ବିଲ୍ ଆଗତ ହୋଇଥିଲା । ଗତ ସପ୍ତାହରେ ଅଧିବେଶନ ଶେଷ ହେବା ପୂର୍ବରୁ ଉଭୟ ସିନେଟ୍ ଓ ବିଧାନସଭାରେ ମତଦାନ ହୋଇଥିଲା । ଏବେ ଏ ସଂକ୍ରାନ୍ତରେ ଆଇନ ପ୍ରଣୟନ ପାଇଁ ଗଭର୍ଣ୍ଣର କ୍ୟାଥି ହୋଚୁଲଙ୍କ ନିକଟକୁ ବିଲ୍ ପଠାଯାଇଛି । ଗଭର୍ଣ୍ଣରଙ୍କ ସ୍ୱାକ୍ଷର ପରେ ଏହା ଆଇନରେ ପରିଣତ ହେବ । ଏହି ଆଇନ ପାରିତ ହେବା ପରେ ମେୟର ଏରିକ୍ ଆଡାମ୍ସ ଦୀପାବଳିକୁ ପାଳନ କରୁଥିବା ୨ ନିୟୁତରୁ ଅଧିକ ନ୍ୟୁୟର୍କବାସୀଙ୍କ ପାଇଁ ସ୍କୁଲ ଛୁଟି ଘୋଷଣା କରିପାରିବେ । ଏହା ଦ୍ୱାରା ନ୍ୟୁୟର୍କରେ ରହୁଥିବା ହିନ୍ଦୁ, ଶିଖ, ଜୈନ କିମ୍ବା ବୌଦ୍ଧ ସମ୍ପ୍ରଦାୟର ଭାରତୀୟମାନେ ଉପକୃତ ହେବେ । କେବଳ ପେନସିଲଭାନିଆ ବା ନ୍ୟୁୟର୍କ ନୁହେଁ, ଆମେରିକାର ସଂଘୀୟ ସରକାର ବି ଦୀପାବଳିକୁ ଛୁଟି ଘୋଷଣା କରିବାକୁ ଯୋଜନା କରୁଛନ୍ତି । ଯଦି ଦୀପାବଳି ଦିବସ ଆଇନକୁ ରାଷ୍ଟ୍ରପତି ଆଇନରେ ପରିଣତ କରନ୍ତି, ତେବେ ଦୀପାବଳି ପର୍ବ ଆମେରିକାରେ ଦ୍ୱାଦଶ ସ୍ୱୀକୃତିପ୍ରାପ୍ତ ଛୁଟିରେ ପରିଣତ ହେବ । ଏହା ପୂର୍ବରୁ ଏହି ବିଲ୍ ଦୁଇ ଥର ବିଫଳ ହୋଇଥିଲା । ୨୦୨୧ରେ ପ୍ରଥମେ ଏହି ବିଲ୍ ଆଗତ ହୋଇଥିଲା, ଯେଉଁଥିରେ ବିଫଳ ହେବା ପରେ ୨୦୨୨ ଅକ୍ଟୋବରରେ ଏହାକୁ ପୁଣି ଥରେ ଆଗତ କରାଯାଇଥିଲ। ।

Leave a Reply