ଭାରତ ବିକାଶ ପରିଷଦର ଜାତୀୟ ସମୂହ ଗାନ ପ୍ରତିଯୋଗିତା

ଭାରତ ବିକାଶ ପରିଷଦ, ଓଡ଼ିଶା ପୂର୍ବ ପ୍ରାନ୍ତ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ସମୂହ ଗାନ ପ୍ରତିଯୋଗିତା ରବିବାର ଦିନ ଭୁବନେଶ୍ୱର ରିଜିଓନାର୍ ଇନ୍‌ଷ୍ଟିଚୁଟ୍ ଅଫ୍ ଏଜୁକେସନ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦେଶଭକ୍ତି ମୂଳକ ସମୂହ ସଙ୍ଗୀତ ପରିବେଷଣରେ ପରିସର ଦେଶପ୍ରେମ ଓ ଜାତୀୟ ଚେତନାରେ ମୁଖରିତ ହୋଇଉଠିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ପୂର୍ବତନ ରାଜ୍ୟସଭା ସଦସ୍ୟ ଡ. ଅମର ପଟ୍ଟନାୟକ, ଅଭିନେତ୍ରୀ ପିଙ୍କି ପ୍ରଧାନ, ପରିଷଦର ରାଷ୍ଟ୍ରୀୟ ସଂଯୁକ୍ତ ମହାମନ୍ତ୍ରୀ ଭିନିତ ଗର୍ଗ, କ୍ଷେତ୍ରୀୟ ସଙ୍ଗଠନ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ମତାମତ କରିଥିଲେ। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଦେଶଭକ୍ତିମୂଳକ ଗୀତ ସମୂହ ଭାବେ ପରିବେଷଣ କରିଥିଲେ। ହିନ୍ଦୀ ସଙ୍ଗୀତରେ ଡିଏଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର ପ୍ରଥମ, ଡିଏଭି ପବ୍ଲିକ ସ୍କୁଲ ବ୍ରହ୍ମପୁର ଦିତୀୟ ଏବଂ ସୁରେନ୍ଦ୍ର ସାଏ ବିଦ୍ୟାମନ୍ଦିର ଭିଏସଏସ ନଗର ତୃତୀୟ ସ୍ଥାନ ହାସଲ କରିଛି। ସଂସ୍କୃତ ସଙ୍ଗୀତରେ ଡିଏଭି ପବ୍ଲିକ ସ୍କୁଲ ବ୍ରହ୍ମପୁର ପ୍ରଥମ, ଡିଏଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର ଦିତୀୟ ଏବଂ ସୁରେନ୍ଦ୍ର ସାଏ ବିଦ୍ୟାମନ୍ଦିର ଭିଏସଏସ ନଗର ତୃତୀୟ ସ୍ଥାନ ହାସଲ କରିଛି। ଡିଏଭି ପବ୍ଲିକ ସ୍କୁଲ ବ୍ରହ୍ମପୁର ଚାମ୍ପିଅନ ଭାବେ ବିବେଚିତ ହୋଇ କ୍ଷେତ୍ରୀୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛି। ପୁରସ୍କାର ବିତରଣ ସମାରୋହରେ ବିଜେତା ଓ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତ ବିକାଶ ପରିଷଦ, ଓଡ଼ିଶା ପୂର୍ବପ୍ରାନ୍ତର ମହାସଚିବ ସୌମେନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ। ପ୍ରାନ୍ତୀୟ ଅଧ୍ୟକ୍ଷ ସତ୍ୟବାଦୀ ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସଂସ୍ଥାର ସଂଯୋଜକ ବିମଳକାନ୍ତ ମହାନ୍ତି ଜାତୀୟ ସମୂହ ଗାନ ପ୍ରତିଯୋଗିତାର ନିୟମ ସମ୍ପର୍କରେ ସୂଚନା ଦେଇଥିଲେ। ଉପସଭାପତି ପିଯୁଷ ପାଣି, ରାଷ୍ଟ୍ରୀୟ ମହିଳା ସହଭାଗିତାର ସୁପ୍ରିତି ରଥ, ଜିତେନ୍ଦ୍ର ଦାସ, ବାସନ୍ତୀ ପଣ୍ଡା, ବିଜୟଲକ୍ଷ୍ମୀ ସାହୁ, ଆଶୁତୋଷ ମିଶ୍ର, କମଳେଶ ପ୍ରଧାନ, ଶ୍ରୀଧର ସାହୁ, ପ୍ରସନ୍ନ କୁମାର ବସନ୍ତଆଳି ସମେତ ପରିଷଦର ବହୁ ପଦାଧିକାରୀ ଓ ସଦସ୍ୟ ସହଯୋଗ କରିଥିଲେ। ପ୍ରାନ୍ତୀୟ ସଙ୍ଗଠନ ସଚିବ ରାମଚନ୍ଦ୍ର ଦଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *