ଭଣ୍ଡାରୀପୋଖରୀ, ୨୩/୯ – ବଜରଙ୍ଗ ଦଳ ଭଣ୍ଡାରୀପୋଖରୀ ପ୍ରଖଣ୍ଡର କୋରିଗାଁ ଶାଖା ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଏକ ରକ୍ତ ଦାନ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି.
ଏଥିରେ ୨୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି. ସାଧୁ ବାବା ସନ୍ତୋଷ ଦାସ, ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା କର୍ମକର୍ତ୍ତା ରଥ କିଶୋର ସାମଲ, ଚନ୍ଦ୍ର ଶେଖର ରାଉତ, ଶିଶୁ ମନ୍ଦିରର କାର୍ଯ୍ୟକର୍ତ୍ତା ମହେଶ୍ୱର ନାୟକ, ବଜରଙ୍ଗ ଦଳର ପ୍ରକାଶ ନାୟକ, ହିମାଂଶୁ ବେହେରା, ସିଲୁ ଦାସ, ଗୌରା ବାରିକ, କହେଇ ସୂତାର, ଦାନା ସାହୁ, ହୁବୁ ଆଇତ, ଶିବୁ ଦାସ, ମିଳନ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ଏହାକୁ ପରିଚାଳନା କରିଥିଲେ. ଭଦ୍ରକ ରକ୍ତଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ