ଗରଦପୁର: ପାଟକୁରା ଅଞ୍ଚଳର ଜଣେ ଯୁବତୀଙ୍କୁ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପାଟକୁରା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଯୁବତୀଙ୍କୁ ଅନ୍ୟ ରାଜ୍ୟରୁ ଉଦ୍ଧାର କରିଥିଲା। ଉଦ୍ଧାର ଯୁବତୀଙ୍କୁ ପାଟକୁରା ଥାନାକୁ ଆଣି ପୁଲିସ ବୟାନ ରେକର୍ଡ କରିବା ସହିତ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।
ଅପରପକ୍ଷରେ ଯୁବତୀଙ୍କୁ ତାଙ୍କ ବାପା-ମା’ଙ୍କ ଜିମା ଦେବାକୁ ଦାବି କରି ପାଟକୁରାର ବିଜେପି ନେତା ତେଜେଶ୍ବର ପରିଡ଼ା ସମର୍ଥକମାନଙ୍କ ସହ ସନ୍ଧ୍ୟା ୫ଟାରୁ ପାଟକୁରା ଥାନା ସମ୍ମୁଖ ରାସ୍ତାକୁ ଅବରୋଧ କରିଥିଲେ। ଆନ୍ଦୋଳନକାରୀମାନେ ଲଭ୍ ଜେହାଦ୍ ବନ୍ଦ କରିବା, ହିନ୍ଦୁ ଝିଅଙ୍କ ସୁରକ୍ଷା, ପାଟକୁରା ଥାନା ଆଇଆଇସିଙ୍କ ବଦଳି ଦାବି କରିଥିଲେ। ଉଦ୍ଧାର ଯୁବତୀଙ୍କୁ ତାଙ୍କ ବାପା-ମା’ଙ୍କୁ ହସ୍ତାନ୍ତର କରା ନଗଲେ ଆସନ୍ତାକାଲି (ସୋମବାର) ପାଟକୁରା ବନ୍ଦ ପାଳନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ମଧ୍ୟ ଦେଇଥିଲେ।
ତେବେ ଘଟଣାର ଗୁରୁତ୍ଵ ଦୃଷ୍ଟିରୁ କେନ୍ଦ୍ରାପଡ଼ା ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ପାଟକୁରା ଥାନାରେ ପହଞ୍ଚି ଆନ୍ଦୋଳନରତ ଶ୍ରୀ ପରିଡ଼ାଙ୍କ ସହ ଆଲୋଚନା କରିଥିଲେ। ଦାବି ମୁତାବକ ଉଦ୍ଧାର ଯୁବତୀଙ୍କୁ ତାଙ୍କ ବାପା-ମା’ଙ୍କ ଜିମା ଦିଆଯିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ଏଥିସହିତ ଆସନ୍ତାକାଲି ପ୍ରସ୍ତାବିତ ବନ୍ଦକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି।
ଲଭ୍ ଜେହାଦ୍
ଗରଦପୁର, ୧୩/୯ (ଏମିଏସ): ପାଟକୁରା ଅଞ୍ଚଳର ଜଣେ ଯୁବତୀଙ୍କୁ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ ଅପହରଣ କରିନେଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପାଟକୁରା ଥାନାରେ ମାମଲା ରୁଜୁ ପରେ ପୁଲିସ ଅନ୍ୟ ରାଜ୍ୟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ପାଟକୁରା ଥାନାକୁ ଆଣି ବୟାନ ରେକର୍ଡ କରାଯିବା ସହ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ, ଉଦ୍ଧାର ଯୁବତୀଙ୍କୁ ତାଙ୍କ ବାପା-ମା’ଙ୍କ ଜିମା ଦେବା ଦାବିରେ ପାଟକୁରାର ବିଜେପି ନେତା ତେଜେଶ୍ୱର ପରିଡ଼ା ସମର୍ଥକମାନଙ୍କ ସହ ସନ୍ଧ୍ୟା ୫ଟାରୁ ପାଟକୁରା ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଆନ୍ଦୋଳନକାରୀମାନେ ‘ଲଭ୍ ଜେହାଦ୍’ ବନ୍ଦ, ହିନ୍ଦୁ ଝିଅଙ୍କ ସୁରକ୍ଷା ଏବଂ ପାଟକୁରା ଥାନା ଆଇଆଇସିଙ୍କ ବଦଳି ଦାବି କରିଥିଲେ। ଯୁବତୀଙ୍କୁ ବାପା-ମା’ଙ୍କ ଜିମା ଦିଆ ନଗଲେ ସୋମବାର ପାଟକୁରା ବନ୍ଦ ପାଳନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।
ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କେନ୍ଦ୍ରାପଡ଼ା ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ପାଟକୁରା ଥାନାରେ ପହଞ୍ଚି ଶ୍ରୀ ପରିଡ଼ାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଉଦ୍ଧାର ଯୁବତୀଙ୍କୁ ତାଙ୍କ ବାପା-ମା’ଙ୍କ ଜିମା ଦିଆଯାଇଥିଲା। ଏହାପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ଏଥିସହ ପ୍ରସ୍ତାବିତ ପାଟକୁରା ବନ୍ଦକୁ ମଧ୍ୟ ପ୍ରତ୍ୟାହାର କରାଯାଇଥିବା ଜଣାପଡ଼ିଛି।