ଜହ୍ନରେ ପାଦ ଦେବେ ଭାରତୀୟ

ନୂଆଦିଲ୍ଲୀ: ଆସନ୍ତା ୨୦୩୫ ମସିହା ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ହେବ । ଭାରତୀୟ ବୈଜ୍ଞାନିକମାନେ ସେଠାରେ ରହି ବିଭିନ୍ନ ମହାକାଶର ବିଭିନ୍ନ ରହସ୍ୟକୁ ନେଇ ଗବେଷଣା କରିବେ । ଏହାସହିତ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଭାରତୀୟମାନେ ପହଞ୍ଚିବେ । ପ୍ୟାରିସରେ ଚାଲିଥିବା ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଭାରତର ମହାକାଶ ଯାତ୍ରା ବିଷୟରେ ଏହି ସମସ୍ତ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ୟାରିସରେ ଚାଲିଥିବା ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରିଥିଲେ । ତାଙ୍କ ଅଭିଭାଷଣ ଆରମ୍ଭ କରି ମୋଦି ସମ୍ମିଳନୀରେ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ମହାକାଶ ଶତାବ୍ଦୀ ଧରି ଆମର କଳ୍ପନାକୁ ପ୍ରେରଣା ଦେଇଆସିଛି ଏବଂ ଆଜି ଏହା ପୃଥିବୀରେ ଜୀବନ ରକ୍ଷା କରୁଛି । ସେ ଆହୁରି ମଧ୍ୟ କହିଥିଲେ, “ମହାକାଶର ସମ୍ଭାବନା ଅସୀମ । ଆମର ଦାୟିତ୍ୱ ସାମୂହିକ ।”

Leave a Reply

Your email address will not be published. Required fields are marked *