ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଏକ ନିର୍ବିବାଦୀୟ ସତ୍ୟ। ଏହି ସତ୍ୟକୁ କେହି ବଦଳାଇ ପାରିବେ ନାହିଁ।

ନିକଟରେ ଅରୁଣାଚଳ ପ୍ରଦେଶରେ ଅବସ୍ଥିତ ୨୭ ସ୍ଥାନର ନାମକୁ ଦେଶର ମାନଚିତ୍ରରେ ଦର୍ଶାଇଥିଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ହେଲେ ଏହାକୁ ନେଇ ତାତି ଉଠିଥିଲା ଚୀନ୍। ଭାରତୀୟ ଅଞ୍ଚଳକୁ ଭାରତର ମାନଚିତ୍ରରେ ଦର୍ଶାଇବାକୁ ପଡ଼ୋଶୀ ଡ୍ରାଗନ୍ ସହଜରେ ଗ୍ରହଣ କରି ପାରୁନାହିଁ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଚୀନ୍ ପୂର୍ବରୁ କହିଥିଲା ଯେ ଏହା ଭାରତର ଏପରି ଦାବିକୁ ସ୍ୱୀକାର କରାଯିବ ନାହିଁ। ଏହାର ଜବାବରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖି କହିଛି ଯେ ଅରୁଣାଚଳ ପ୍ରଦେଶ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଏକ ନିର୍ବିବାଦୀୟ ସତ୍ୟ। ଏହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, “ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗରେ ଚୀନ୍ ସହିତ ହୋଇଥିବା ଆଲୋଚନାରେ, ଭାରତ ସର୍ବଦା ଜୋର ଦେଇ ଆସିଛୁ ଯେ ଏହି ପ୍ରସଙ୍ଗ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ସବୁଠାରୁ ଗରୁତ୍ୱପୂର୍ଣ୍ଣ। ଆମେ ଏହା ମଧ୍ୟ କହିସାରିଛୁ ଯେ ସୀମା ବିବାଦର ସମସ୍ୟାର ସ୍ଥିତି ଆମର ବ୍ୟାପକ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରେ।”

Leave a Reply

Your email address will not be published. Required fields are marked *