Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣି ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର ୫୯୫.୦୬ ବିଲିୟନ ଡଲାରରେ ପହଁଚିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣି ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର ୫୯୫.୦୬ ବିଲିୟନ ଡଲାରରେ ପହଁଚିଲା

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଜୁନ ୨ରେ ଶେଷ ହୋଇଥିବା ସପ୍ତାହରେ ୫.୯୨୯ ବିଲିୟନ ଡଲାର ବଢି ୫୯୫.୦୬୭ ବିଲିୟନ ଡଲାର ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏହି ସୂଚନା ଦେଇଛି । ଏହା ପୂର୍ବରୁ ଲଗାତାର ଦୁଇ ସପ୍ତାହ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଥିଲା । ଗତ ଦୁଇ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ମୋଟ ୪.୩୪ ବିଲିୟନ ଡଲାର ହ୍ରାସ ପାଇ ୫୮୯.୧୪ ବିଲିୟନ ଡଲାରକୁ ଖସି ଆସିଥିଲା । ୨୦୨୧ ଅକ୍ଟୋବରରେ ଦେଶର ବିଦେଶୀ ଭଣ୍ଡାର ୬୪୫ ବିଲିୟନ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଥିଲା । ରିଜର୍ଭ ବ୍ୟାଙ୍କର ସାପ୍ତାହିକ ତଥ୍ୟ ଅନୁସାରେ, ଜୁନ ୨ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ଭାଗ ବିଦେଶୀ ମୁଦ୍ରା ସମ୍ପତ୍ତି ୫.୨୭ ବିଲିୟନ ଡଲାର ବଢି ୫୨୬.୨୦୧ ବିଲିୟନ ଡଲାର ହୋଇଛି । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଦେଶର ସୁନା ଭଣ୍ଡାରର ମୂଲ୍ୟ ୬୫.୫ କୋଟି ଡଲାର ବଢି ୪୫.୫୫୭ ବିଲିୟନ ଡଲାର ହୋଇଛି । ସାପ୍ତାହିକ ତଥ୍ୟ ଅନୁସାରେ, ବିଶେଷ ଆହରଣ ଅଧିକାର (ଏସଡିଆର) ୬୦ ଲକ୍ଷ ଡଲାର କମି ୧୮.୧୮୬ ବିଲିୟନ ଡଲାର ରହିଛି ।

Leave a Reply