ଜଟଣୀରେ ବିଶ୍ୱହିନ୍ଦୁ ପରିଷଦର ୬ ଘଣ୍ଟିଆ ବନ୍ଦ ପାଳନ

ଜଟଣୀ ପୌରାଞ୍ଚଳର ସୀତାରାମ ଛକ ନିକଟସ୍ଥ ବାଲୁଙ୍କେଶ୍ୱର ମନ୍ଦିରରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ମଦ ଦୋକାନ ଖୋଲାଯାଇଥିବାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି) ଖୋର୍ଦ୍ଧା ଓ ଜଟଣୀ ପକ୍ଷରୁ ମଙ୍ଗଳବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଜଟଣୀ ବନ୍ଦ ପାଳନ କରାଯାଇଛି।

ବନ୍ଦ ସମୟରେ କିଛି ଦୋକାନ ଖୋଲା ଥିବାରୁ ଭିଏଚ୍‌ପି କର୍ମୀମାନେ ସେଗୁଡ଼ିକ ବନ୍ଦ କରାଇବା ସହ କେତେକ ସ୍ଥାନରେ ଯାନବାହନ ଅଟକାଇ ରାସ୍ତା ଅବରୋଧ କରିଥିଲେ। ସେମାନଙ୍କର ଦାବି ଥିଲା ଯେ ମନ୍ଦିର ନିକଟରେ ଥିବା ମଦ ଦୋକାନକୁ ବନ୍ଦ କରାଯାଉ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯାଉ।

ଭିଏଚ୍‌ପି ପକ୍ଷରୁ କୁହାଯାଇଛି ଯେ ସେମାନଙ୍କର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା କିମ୍ବା ଆଇନକୁ ହାତକୁ ନେବା ନୁହେଁ; ବରଂ ସମାଜରେ ନିଶାନିବାରଣ ଏବଂ ହିନ୍ଦୁ ପରମ୍ପରା ଓ ସଂସ୍କୃତିର ସୁରକ୍ଷା କରିବା। ମନ୍ଦିର ନିକଟରେ ମଦ ଦୋକାନ ଖୋଲିବାକୁ ପ୍ରଶାସନ କିପରି ଅନୁମତି ଦେଲା, ତାହାର ତଦନ୍ତ ଦାବି ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *