ଆନିମେଶନ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ ବଢ଼ିଛି

ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି), ଓଡ଼ିଶା ପକ୍ଷରୁ ସିନେମା ହଲ୍ ପରିଚାଳକମାନଙ୍କୁ ଫିଲ୍ମଟି ପ୍ରଦର୍ଶନ ନ କରିବାକୁ ଅନୁରୋଧ କରାଯାଇଛି। ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୂର୍ବରୁ କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥଙ୍କୁ କାର୍ଟୁନ କିମ୍ବା ଆନିମେଶନ ରୂପରେ ଦେଖାଇବା ଭକ୍ତମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇପାରେ। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ପ୍ରଥମେ ଫିଲ୍ମ ପ୍ରଦର୍ଶନ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ। ପରେ ସୁପ୍ରିମକୋର୍ଟ ଫିଲ୍ମ ମୁକ୍ତିକୁ ଅନୁମତି ଦେଇ କହିଥିଲେ ଯେ, ଆନିମେଶନ ମଧ୍ୟ ସୃଜନଶୀଳ ଅଭିବ୍ୟକ୍ତିର ଏକ ମାଧ୍ୟମ ଏବଂ କେବଳ ଆନିମେଶନ ହେବାରୁ ଫିଲ୍ମକୁ ନିଷେଧ କରାଯାଇପାରିବ ନାହିଁ। ଖବର ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *