ମଦ୍ରାସା ଯୌନ ନିଯ୍ୟାତନା ଘଟଣାର ଖିଅ ଖୋଜୁଛି ଚାଇଲ୍ଡ ହେଲ୍ପଲାଇନ

ନିଆଳୀ : ନିଆଳୀ ଥାନା ଅଧିନ ମଝିଖଣ୍ଡ ନଳିତାପାରି ବସ୍ତିରେ ଥିବା ମଦ୍ରାସାରେ ଚାଲିଥିବା ଯୌନନିର୍ଯ୍ୟାତନା ଘଟଣାର ଖିଅ ଖୋଝୁଛି ଚାଇଲ୍ଡ ହେଲ୍ପ ଲାଇନ୍ । ଗତକାଲି ନିଆଳୀ ପୋଲିସ୍ ଅଭିଯୁକ୍ତ ହାପିଜ୍ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ମଦ୍ରାସାରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ କଟକ ପ୍ରମୋଦ କିଶୋର ଆଚାର୍ଯ୍ୟ ଅଧ୍ୟକ୍ଷ ଶିଶୁ ମଙ୍ଗଳ କମିଟି ଙ୍କ ନେତୃତ୍ୱରେ ଏକ ଟିମ୍ ନିଆଳୀ ମଝିଖଣ୍ଡ ନଳିତାପାରି ବସ୍ତିରେ ପହଞ୍ଚô ମଦ୍ରାସାର ଅନ୍ତେବାସୀ ନାବାଳକଙ୍କୁ ସମସ୍ତ ବିଷୟରେ ପଚାରିବୁଝିଥିଲେ । ଆଗାମି ଦିନରେ ଏହି ତଦନ୍ତ ଜାରୀ ରହିବ ବୋଲି କହିଥିଲେ । କିନ୍ତୁଭିତିରି ସୂତ୍ରରୁ ଯାହା ଜଣାଯାଇଛିକି ଏଠାରେ ଅନ୍ୟୁନ୍ୟ ୭ ଟି ମଦ୍ରାସା ଚାଲିଥିବାବେଳେ ବାହାର ରାଜ୍ୟରୁ ପ୍ରାୟ ୧୫୦ ପିଳାଭ୍କୁ ଏଠାରେ ରଖାଯାଇଛି । ସବୁାଂରୁ ଆଶ୍ଚର୍ଯ୍ୟ ଏତେ ଘଟଣା ଘଟିବା ପରେ ମଧ୍ୟରେ ସ୍ଥାନୀୟ ପ୍ରଶାସନର ନିଦ ଭାଙ୍ଗିନିକି ଏପର୍ଯ୍ୟନ୍ତ ଏ ବିଷୟରେ ପ୍ରଶାସନ ନିକଟରେ କୌଣସି ସୂଚନା ନଥିବା ଜଣାଯାଇଛି । ପ୍ରକାଶ ଥାଉକି ଏହି ମଦ୍ରାସାରେ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିବାବେଳେ କରାଯାଉଛି ଅପ୍ରାକୃତିକ ଯୌନ ଶୋଷଣ । ନିର୍ଯ୍ୟାତନା ସହିନପାରି ମଦ୍ରାସା ଛାଡି ଫେରାର ହୋଇଛନ୍ତି ଦୁଇନାବାଳକ ଯେକି ଜଣେ ବିହାର ଓ ଅନ୍ୟଜଣକ ଝାଡଖଣ୍ଡର ବୋଲି ଜଣାପଡିଛି । ଖବର ଅନୁଯାୟୀ ଉକ୍ତ ନଳିତାପାରି ବସ୍ତିରେ ଦିର୍ଘ ଦିନଧରି ରହିଛି ଏକ ମଦ୍ରାସା। ଯେଉଁଥିରେ ଏବେ ବିହାର ଓ ଝାଡଖଣ୍ଡର ୧୭ ଜଣ ନାବାଳକ ରହିଥିଲେ । ସେମାନଙ୍କୁ ପାଠପଢାଉଥିବା ଯୁବ ଶିକ୍ଷକ ଜଣକ କୁନୀ କୁନୀ ପିଲାଙ୍କୁ ମାଡମାରିବା ରୋଷେଇ କରାଇବା ଆଦି କଷ୍ଟ ଦେଉଥିବାବେଳେ ରାତିରେ ସେମାନଙ୍କ ସହିତ ଯୋର ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥାଏ । ଏହି ନିର୍ଯ୍ୟାତନା ସହିନପାରି ଦୁଇଜଣ ନାବାଳକ ଦୁଇଦିନ ତଳେ ଖସି ପଳାଇଥିଲେ ଏହି ମଦ୍ରାସାରୁ । ଯାହାଙ୍କୁ ଉଦ୍ଧାର କରି ଚାଇଲ୍ଡ ହେଲ୍ପଲାଇନ୍ ଯିମା ଦେଇଛନ୍ତି ଅପୂଜା ଗ୍ରାମବାସୀ । ପ୍ରଶାସନ ନାକ ତଳେ ଏପରି କାର୍ଯ୍ୟକରାଯାଉଥିଲେବି କଣ ପାଇଁ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନଥିଲା ତାହା ବିଷ୍ମୟ ସୃଷ୍ଟି କରିଛି । ଏହି ଘଟଣା ପଛରେ କାହାର ହାତ ରହିଛି ସେମାନଙ୍କୁ ରଖିବା ଖୁଆଇବା ପିନ୍ଧାଇବାରେ ଖର୍ଚ୍ଚ କରୁଥିଲା କିଏ ଓ କାହିଁକି ତାହା ମଧ୍ୟ ଲୋକଲୋଚନକୁ ଆସିବା ଦରକାର ବୋଲି ମତପ୍ରକାଶ ପାଉଛି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ମନ୍ତ୍ରୀ ଓ ରାଜ୍ୟ ସରକାର ଏହି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *