Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଓଡିଶାରେ ଦଳିତଙ୍କ ଉପରେ ନିର୍ଯାତନା ବଢିଚାଲିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡିଶାରେ ଦଳିତଙ୍କ ଉପରେ ନିର୍ଯାତନା ବଢିଚାଲିଛି

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ୯ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାର ବିଭିନ୍ନ ସମ୍ପ୍ରଦାୟ, ବିଭିନ୍ନ ବର୍ଗ ଓ ଜାତିର ବିକାଶ ପାଇଁ ଅନେକ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ଭାରତୀୟ ଜନତାପାର୍ଟି ଗୋଟିଏ ରାଷ୍ଟ୍ରବାଦୀ ବିଚାର ଧାରା ଉପରେ ବିଶ୍ୱାସ କରେ ଏବଂ ରାଷ୍ଟ୍ର ଗାରିମା ଓ ରାଷ୍ଟ୍ରୀୟ ଏକତାକୁ ବଢାଇବାରେ ସବୁବେଳେ ବିଶ୍ୱାସ କରେ ବୋଲି ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଡ. ବିଭୁପ୍ରସାଦ ତରାଇ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ ସର୍ବପ୍ରଥମେ ଗତ ୨ ତାରିଖ ଦିନ ଘଟିଯାଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତି ମାନଙ୍କ ଆତ୍ମାର ସଦ୍ଗତି ଓ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଭାରତବର୍ଷରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ସଂଖ୍ୟା ୧୭ଭାଗରୁ ଉଦ୍ଧ୍ୱର୍ ଏବଂ ଓଡିଶାରେ ମଧ୍ୟ ପାଖାପାଖି ୧୮ଭାଗ ଲୋକ ଅନୁସୂଚିତ ଜାତି ବର୍ଗର ଲୋକ ଅଛନ୍ତି । ତେଣୁ ଅନୁସୁଚିତ ଜାତିବର୍ଗର ଲୋକଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ୍ବେଦକର ସମ୍ବିଧାନରେ ଅଧିକାର ଦେଇଥିଲେ ଓ ଆଇନ ପ୍ରଣୟନ କରିଥିଲେ । ମାତ୍ର ଗତ ୯ ବର୍ଷର ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣ ସମୟରେ ଅନୁସୁଚିତ ଜାତି ବର୍ଗଙ୍କ ସାମୁହିକ ବିକାଶ ପାଇଁ ଅନେକ କଲ୍ୟାଣକାରୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ବିଶେଷ ଭାବେ ଏହି ବର୍ଗର ଅର୍ଥନୈତିକ, ସାମାଜିକସ୍ଥିତିକୁ ସୁଦୃଢ କରିବା ଉଦେ୍ଦଶ୍ୟରେ ଗରିବ କଲ୍ୟାଣ ଯୋଜନାରେ ଖାଦ୍ୟ, ବସ୍ତ୍ର, ବାସଗୃହ, ବିଜୁଳି, ପିଇବା ପାଣି, ଶୈାଚାଳୟ, ଭତା, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ସ୍ୱନିଧି ଯୋଜନା, ଉଜ୍ଜ୍ୱଳା ଯୋଜନା, ମୁଦ୍ରା ଯୋଜନା ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୋଦି ସରକାର । ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଶତକଡା ୯୫ଭାଗରୁ ଉଦ୍ଧ୍ୱର୍ ଲୋକ ରାସନ ପାଉଛନ୍ତି । ପରିବାରର ରୋଜଗାର ପାଇଁ ମନରେଗା ଯୋଜନାରେ ପାରିଶ୍ରମିକ ପାଇବାର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ଅନୁସୁଚିତ ଜାତି ବର୍ଗର ଲୋକ ଉପକୃତ ହେଉଛନ୍ତି ଓ ଏପର୍ଯ୍ୟନ୍ତ ୫୫,୯୩,୨୯୧ ଜଣଙ୍କୁ ଭାରତବର୍ଷରେ ଘର ଯୋଗାଇଦିଆଯାଇଛି । ସୌଭାଗ୍ୟ ଯୋଜନାରେ ଗରୀବ ଲୋକ ମାଗଣା ବିଜୁଳି ପାଇବାରେ ଅନୁସୁଚୀତ ଜାତି ବର୍ଗର ଲୋକମାନେ ସର୍ବାଧିକ ସୁଫଳ ପାଇଛନ୍ତି । ଜଳ ଜୀବନ ମିଶନରେ ଆଜି ଓଡିଶାକୁ ନଳ ଯୋଗେ ସ୍ୱଚ୍ଛ ପିଇବା ପାଣି ପାଇବାରେ ସିଂହ ଭାଗ ଲାଭାର୍ଥୀ ହୋଇଛନ୍ତି । ସ୍ୱଚ୍ଛଭାରତ ଯୋଜନାରେ ଅନୁସୁଚିତ ଜାତି ବର୍ଗର ଲୋକମାନେ ଅଧିକ ଉପକୃତ ହୋଇଛନ୍ତି । ଅନୁସୁଚିତ ବର୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଇ ମୋଦି ସରକାର ୨୦୧୪ ମସିହାରୁ ତାକୁ ୫୯ହଜାର କୋଟି ଟଙ୍କା ବୃତି ଦେବାର ବ୍ୟବସ୍ଥା କରିଛନ୍ତି । ଏହା ଦ୍ୱାରା ବିଦେଶକୁ ଯାଇ ଅଧ୍ୟୟନ କରିବାର ସୁବିଧା ମିଳିଛି । ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା, ଉଜ୍ଜ୍ୱଳା ଯୋଜନା, ମୁଦ୍ରା ଯୋଜନା, ଜନଧନ ଆକାଉଂଟ୍ ଖୋଲାଯିବାରୁ ଅନୁସୁଚିତ ଜାତି ବର୍ଗର ଲୋକଙ୍କ ବିକାଶରେ ଏକ ବଡ ସହାୟତା ହୋଇଛି । ସେହିପରି ଷ୍ଟାଣ୍ଡ ଅଫ୍ ଇଣ୍ଡିଆ ଯୋଜନାରେ ଅନୁସୁଚିତ ଜାତି ବର୍ଗର ଶିକ୍ଷିତ ବେକାର ଯୁବକଙ୍କୁ ଉଦ୍ୟୋଗୀ କରିବା ପାଇଁ ବ୍ୟବସାୟ ଜରିଆରେ ତାଙ୍କୁ ୧୦ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ କମ୍ ସୁଧରେ ଋଣ ଦେବାର ବ୍ୟବସ୍ଥା କରାଯାଇପାରିଛି । ସାମଗ୍ରିକ ବିକାଶ ପାଇଁ ୫୦ଭାଗରୁ ଉଦ୍ଧ୍ୱର୍ ଦଳିତ ଲୋକ ବସବାସ କରୁଥିବା ଗ୍ରାମକୁ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ଗ୍ରାମ ଭାବେ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ଭାବେ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଡ.ତରାଇ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାର୍ଲାମେଂଟରେ ସଂଶୋଧନ କରାଯାଇ ଦଳିତ ନିର୍ଯାତନା ନିବାରଣ ଆଇନକୁ କାର୍ଯ୍ୟକାରୀ କରାଯାଇଛି । ଅନୁସୁଚିତ ଜାତିବର୍ଗ ବା ଦଳିତର ପ୍ରାଣକର୍ତା ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ସ୍ମରଣରେ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଗୌରବ ଦିବସ ପାଳନ କରାଯାଉଛି । ଜାମ୍ମୁ କାଶ୍ମୀରରେ ୩୭୦ ଓ ୩୫ (କ) ଧାରାକୁ ଉଚ୍ଛେଦ କରାଯିବା ଫଳରେ ଅନୁସୁଚିତ ଜାତି ବର୍ଗ ଲୋକ ଲାଭବାନ ହୋଇଛନ୍ତି ବୋଲି ଡ.ତରାଇ କହିଛନ୍ତି । ନବୀନ ବାବୁଙ୍କ ନେତୃତ୍ୱରେ ୨୫ବର୍ଷର ଯେଉଁ ଶାସନ କ୍ଷେତ୍ରରେ ଦଳିତ ମାନଙ୍କର ବିକାଶ ଯେଉଁ ଢଙ୍ଗରେ ହେବା କଥା ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଅର୍ଥ ରାଶି ଦେଲାପରେ ମଧ୍ୟ ତାକୁ ଆଜି କାର୍ଯ୍ୟକାରୀ କରାଯାଉନାହିଁ । ଭାରତୀୟ ଜନତାପାର୍ଟିର ରାଜ୍ୟସଭାପତି ମନମୋହନ ସାମଲ ରାଜସ୍ୱ ବିଭାଗ ମନ୍ତ୍ରୀ ଥିବାବେଳେ ନୂଆ ଯୋଜନାର ପ୍ରଣୟନ କରାଯାଇ ଭୁମିହୀନଙ୍କୁ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ପରବର୍ତୀ ସମୟରେ ବିଜେଡି ସରକାର କାରଣରୁ ଏହା ବିଫଳ ହୋଇଛି । ଶୈାଚାଳୟ ନିର୍ମାଣ ପାଇଁ ଆସିଥିବା କେନ୍ଦ୍ରୀୟ ଅନୁଦାନକୁ ମିଳିମିଶି ଖାଇଗଲେ । ବିଜୁଳି ଯୋଗାଇବାରେ ବିଫଳ ହୋଇଛି ବିଜେଡି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜି ପ୍ରକୃତ ଅନୁସୁଚିତ ଜାତି ବର୍ଗର ଲୋକ ଶତକଡା ୪୦ଭାଗରୁ ଉଦ୍ଧ୍ୱର୍ ଲୋକ ଘର ପାଇବାରୁ ବଂଚିତ ରହିଛନ୍ତି ବୋଲି ଡ.ତରାଇ କହିଛନ୍ତି । ଓଡିଶାରେ ଦଳିତ ନିର୍ଯାତନା ବଢିଚାଲିଛି, କିନ୍ତୁ ମୁଖ୍ୟମନ୍ତ୍ରୀ ନୀରବ ସାଜିଛନ୍ତି । ଅନୁସୁଚିତ ଜାତିଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ବିଜେଡି ସରକାର ଅନ୍ୟତ୍ର ଖର୍ଚ୍ଚ କରୁଛନ୍ତି । ଷ୍ଟାଇପେଣ୍ଡ ଟଙ୍କାକୁ ଅନୁସୁଚିତ ଜାତି ବର୍ଗର ଲୋକମାନେ ଠିକ୍ ଭାବରେ ପାଇପାରୁନାହାଁନ୍ତ । ଅନୁସୁଚିତ ଜାତି ଉନ୍ନୟନ ପରିଷଦ ବୈଠକ ବସୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦଳିତ ଲୋକଙ୍କ ପ୍ରତି କୌଣସି ଦାୟିତ୍ୱ ବା ସମ୍ବଦେନଶୀଳତା ନାହିଁ । କେନ୍ଦ୍ର ସରକାରରରେ ଆଜି ୧୨ଜଣ କେନ୍ଦ୍ରମନ୍ତ୍ରୀ ଅନୁସୁଚିତ ଜାତି ବର୍ଗର ଅଛନ୍ତି । ଅନୁସୁଚିତ ଜାତି କମିଶନ ଆଜି ଓଡିଶାରେ ନାହିଁ, କିପରି ଅନୁସୁଚିତ ବର୍ଗର ଲୋକେ ନ୍ୟାୟ ପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ ବୋଲି ଡ.ତରାଇ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁସୁଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply