ପୂରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ବିଶ୍ଵ ହିନ୍ଦୁ ପରିଷଦ ପୁରୀ ଜିଲା ତରଫରୁ ସେଵା କର୍ଯ୍ୟ ଲାଗି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୮/୬: ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ବିଶ୍ୱ ହିନ୍ଦୁ ପରିଷଦ ପୁରୀ ଜିଲା ତରଫରୁ ସେବା କର୍ଯ୍ୟ ଲାଗି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ପୁରୀ ଅତିଥି ଭବନ ହେରିଟଜରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାଜ୍ୟ କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ପବିତ୍ର ସ୍ୱାଇଁ ଓ ସହ ସମ୍ପାଦକ ଶ୍ରୀଯୁକ୍ତ ଉମାଶଙ୍କର ଆଚାର୍ଯ୍ୟ, ପୁରୀ ଜିଲା ସଭାପତି ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର ସମେତ ସମସ୍ତ ପଦାଧିକାରୀ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ପୁରୀର ୫ଟି ସ୍ଥାନରେ ସେବାକାର୍ଯ୍ୟ ହେବାର ସ୍ଥିର ହୋଇଥିଲା। ପ୍ରଥମତଃ ସୂଚନା କେନ୍ଦ୍ର ଓ ସେବା କାର୍ଯ୍ୟରେ ରନ୍ଧନ ଖାଦ୍ୟ,ଶୁଖିଲା ଖାଦ୍ୟ, ପାନୀୟ ଜଳ ବିତରଣ, ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେବା ଓ ବଜରଙ୍ଗ ଦଳ ତରଫରୁ ସବୁଜ କରିଡର(ଆମ୍ବୁଲାନ୍ସ କରିଡ଼ର) ହେବାର ନିଷ୍ପତି ହୋଇଥିଲା । ଉକ୍ତ ବୈଠକରେ ଜିଲା ସହ ସମ୍ପାଦକ ଗୌରବ କର, ବଜରଙ୍ଗ ଦଳ ଜିଲା ସହ ସଂଯୋଜକ ଗଣେଶ ମହାପାତ୍ର ରାଜପ୍ରିତମ ମହାପାତ୍ର, ବିଭାଗ ସମ୍ପାଦକ ଭାଗିରଥି ସ୍ୱାଇଁ,ଦୁର୍ଗା ବାହିନୀ ସଂଯୋଜିକା ରୋସେନି ପାଢ଼ୀ ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ କାଯ୍ୟକ୍ରମକୁ ପ୍ରାନ୍ତ ସେବା ପ୍ରମୁଖ ଜଗନ୍ନାଥ ପଟନାୟକ ଓ ସୁଜିତ ନାୟକ ସଂଯୋଜନା କରିଥିଲେ । ପରିଶେଷରେ ନିମାପଡା ବ୍ଲକର ବିଶ୍ୱ ହିନ୍ଦୁ ପରିଷଦ ସମିତି ଘୋଷଣା କରାଯାଇଥିଲା । ସଭାପତି ସୀମାନ୍ତ ଶେଖର ରଥ ଉପସଭାପତି ଅନନ୍ତ ରାମ ପଣ୍ଡା ଓ ଦୁର୍ଗା ପ୍ରସାଦ ସାହୁ, ସମ୍ପାଦକ ତ୍ରିନାଥ ପାତ୍ର, ଯୁଗ୍ମସମ୍ପାଦକ ଜ୍ୟୋତି ରଞ୍ଜନ ଛୋଟରାୟ, ସହ ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ, ନିଗମାନନ୍ଦ ସାହୁ, ବଜରଙ୍ଗ ଦଳ ସଂଯୋଜକ ରଞ୍ଜନ ପ୍ରଧାନ, ସହ ସଂଯୋଜକ ସୁମନ୍ତ ମହାରଣା, ଦେବାଶିଷ ମହାନ୍ତି, ସାମାଜିକ ସମରସତାର ତପନ ରାଉତ ରାୟ, ଗୋରକ୍ଷା ପ୍ରମୁଖ ବାଲୁଙ୍କେଶ୍ୱର ମହାପାତ୍ର ଓ ବାଳଗୋପାଳ ପଲେଇ, ଦୁର୍ଗା ବାହିନୀର ପ୍ରିୟ ଦର୍ଶିନୀ ପତି, ମାତୃଶକ୍ତିର ଶୁଭଶ୍ରୀ ରଥ ଓ ସେବା ପ୍ରମୁଖ ଚନ୍ଦ୍ରକାନ୍ତ ବରାଳ, ପ୍ରଚାର ପ୍ରସାର ପ୍ରମୁଖ ବିଶ୍ୱଜିତ ଭାଇଙ୍କ ଦାଇତ୍ୱ ଘୋଷଣା କରାଯାଇଥିଲା ଶେଷରେ ଶାନ୍ତି ପାଠ କରାଯାଇ ସଭା ସାଙ୍ଗ କରା ଯାଇଥିଲା

Leave a Reply

Your email address will not be published. Required fields are marked *