ଭାରତ ଏକ ଧର୍ମଶାଳା ନୁହେଁ । ଏଠାରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହିଁ କେବଳ ଏହି ଦେଶରେ ରହିବେ

ପୁଣି ଥରେ ଅନୁପ୍ରବେଶ ପ୍ରସଙ୍ଗ ଉଠାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶନିବାର ମହାରାଷ୍ଟ୍ରର କୋଲହାପୁରରେ ଅନୁପ୍ରବେଶ ପ୍ରସଙ୍ଗ ଉଠାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅମିତ ଶାହ କହିଛନ୍ତି, ଭାରତ ଏକ ଧର୍ମଶାଳା ନୁହେଁ । ଏଠାରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହିଁ କେବଳ ଏହି ଦେଶରେ ରହିବେ । ଅନ୍ୟମାନଙ୍କୁ ବାଛି ବାଛି ଭାରତରୁ ବାହାର କରାଯିବ ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୋଲହାପୁରରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି ଏହି ଦେଶ ଧର୍ମଶାଳା ନୁହେଁ; ଏଠାରେ ଜନ୍ମଗ୍ରହଣ କରିଥିବା ଲୋକମାନେ ହିଁ ଏଠାରେ ରହିବେ । “ଆଜି ମୁଁ ଆତ୍ମବିଶ୍ୱାସର ସହିତ କୋଲହାପୁରର ଏହି ପବିତ୍ର ଭୂମିରୁ ଦେଶର ଜନତାଙ୍କୁ କହୁଛି ବଙ୍ଗଳାର ଲୋକମାନେ ଆମକୁ ଆଶୀର୍ବାଦ ଦେଇଛନ୍ତି । ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ କେବଳ ବଙ୍ଗଳାର ସୀମାରୁ ଅନୁପ୍ରବେଶ ବନ୍ଦ ହେବ ନାହିଁ । ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶରୁ ବାହାର କରାଯିବ ।

Leave a Reply

Your email address will not be published. Required fields are marked *