Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡିଶା ଉପକୂଳରେ ଡିଆରଡିଓ ଦ୍ୱାରା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର "ଅଗ୍ନି ପ୍ରାଇମ” ର ସଫଳ ଉଡାଣ-ପରୀକ୍ଷଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡିଶା ଉପକୂଳରେ ଡିଆରଡିଓ ଦ୍ୱାରା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ଅଗ୍ନି ପ୍ରାଇମ” ର ସଫଳ ଉଡାଣ-ପରୀକ୍ଷଣ

ନୂଆଦିଲ୍ଲୀ /ଭୁବନେଶ୍ୱର, ୦୮ ଜୁନ – ନୂତନ ପୀଢିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ଅଗ୍ନି ପ୍ରାଇମ୍” କୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଓଡିଶା ଉପକୂଳବର୍ତ୍ତୀ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ୦୭ ଜୁନ୍ ୨୦୨୩ ରେ ସଫତଳାର ସହ ଉଡାଣ- ପରୀକ୍ଷଣ କରାଯାଇଛି । ଉଡ଼ାଣ ପରୀକ୍ଷଣ ସମୟରେ ସମସ୍ତ ଲକ୍ଷ୍ୟ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରର ତିନିଟି ସଫଳ ବୈଧ ପରୀକ୍ଷଣ ପରେ ବ୍ୟବହାରକାରୀଙ୍କ ଦ୍ୱାରା ଆୟୋଜିତ ପ୍ରଥମ ପ୍ରି-ଇଣ୍ଡକ୍ସନ ରାତ୍ରୀକାଳୀନ ଉତ୍କ୍ଷେପଣ ଥିଲା । ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ ପରି ରେଞ୍ଜ୍ ଇନଷ୍ଟ୍ରୁମେନସନ୍ ସହିତ ଦୁଇଟି ଡାଉନ୍ ରେଞ୍ଜ୍ ଜାହାଜକୁ ବିଭିନ୍ନ ସ୍ଥାନରେ ଟର୍ମିନାଲ୍ ପଏଣ୍ଟରେ ଏହାର ସମଗ୍ର ଗତିପଥର ଉଡାଣ ତଥ୍ୟକୁ କ୍ୟାପଚର କରିବାକୁ ନିୟୋଜିତ କରାଯାଇଥିଲା । ଡିଆରଡିଓ ଏବଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ବରିଷ୍ଠ ଅଧିକାରୀମାନେ ସଫଳ ଉଡ଼ାଣ ପରୀକ୍ଷଣ ସମୟରେ ଉପସ୍ଥିତ ଥିଲେ, ଯାହାକି ସଶସ୍ତ୍ର ବାହିନୀରେ ଏହି କ୍ଷେପଣାସ୍ତ୍ରର ପ୍ରବେଶ ପାଇଁ ପଥ ପରିଷ୍କାର କରିଛି । ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ଏଭଳି ସଫଳତା ସହିତ ନୂତନ ପୀଢିର ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି ପ୍ରାଇମ୍ ର କପି-ବୁକ୍ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ଆରଆଣ୍ଡଡି ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମାତ ଡିଆରଡିଓର ଲାବୋରେଟୋରୀ ଦଳ ଏବଂ ଉତ୍ କ୍ଷେପଣ ପରୀକ୍ଷାରେ ସାମିଲ ବ୍ୟବହାରକାରୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ।

Leave a Reply