ପ୍ରାଦେଶିକ ଶାରୀରିକ ଶିକ୍ଷା ଓ ଖେଳକୁଦ ପ୍ରଶିକ୍ଷଣ ଉଦଯାପିତ

କଟକ : କେନ୍ଦୁଝରଗଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚଳିତ ଜୁନ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ସହ ସଂଲଗ୍ନ ଶିକ୍ଷା ବିକାଶ ସମିତି, ଓଡିଶା ଦ୍ୱାରା ଆୟୋଜିତ ପ୍ରାଦେଶିକ ଶାରୀରିକ ଶିକ୍ଷା ଓ ଖେଳକୁଦ ପ୍ରଶିକ୍ଷଣ ଗତକାଲି ୭ ତାରିଖ ରେ ଯଥାରୀତି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମ ଉଦଯାପନ ପରେ ସମସ୍ତ ଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ତଥା ବ୍ୟବସ୍ଥାରେ ଲାଗିଥିବା ସମସ୍ତେ ନିଜ ନିଜ କର୍ମକ୍ଷେତ୍ର ଅଭିମୁଖେ ଯାଇଥିଲେ । ବିଦ୍ୟାଭାରତୀ ଖେଳ ପରିଷଦ ର ଉପାଧ୍ୟକ୍ଷ ରଘୁନାଥ ସାହୁ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶାରୀରିକ ଅଭ୍ୟାସ ର ଉପକାରିତା ବିଷୟରେ ସାରଗର୍ଭକ ଅଭିଭାଷଣ ଦେବା ସହ ନିରୋଗ ଜୀବନଯାପନ ପାଇଁ କ୍ରୀଡା ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଭାରତୀ କ୍ଷେତ୍ରୀୟ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ ଏହି ଖେଳକୁଦ ପ୍ରଶିକ୍ଷଣ ର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ସମ୍ୟକ ସୂଚନା ଦେବା ସହ ଏହି ଶାରୀରିକ ପ୍ରଶିକ୍ଷଣ ର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଗତ ୧ ତାରିଖରେ ଏହାକୁ ଆନୁଷ୍ଠାନିକ ଭାବେ କେନ୍ଦୁଝର ଜିଲ୍ଲା କ୍ରୀଡା ସମ୍ପାଦକ ଡାଃ ଜନାର୍ଦ୍ଦନ ଦାଶ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରି କ୍ରୀଡା ସମ୍ପର୍କରେ ସାରଗର୍ଭକ ସୂଚନା ଦେଇଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା ସମିତି ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କ୍ଷେତ୍ରୀୟ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ ଏହି ଖେଳକୁଦ ପ୍ରଶିକ୍ଷଣ ର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ସଙ୍ଗଠନ ମନ୍ତ୍ରୀ ତାରକ ଦାସ ସରକାର ଯୋଗଦେଇ ଶିକ୍ଷାର୍ଥୀ ଭାଇ ଭଉଣୀମାନଙ୍କୁ ଆଗାମୀ ଦିନରେ ଶାରୀରିକ ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବା ପାଇଁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଭାରତୀ ଖେଳ ପରିଷଦ ର ଉପାଧ୍ୟକ୍ଷ ରଘୁନାଥ ସାହୁ, ଅଖିଳଭାରତୀୟ କବାଡି ସଂଯୋଜକ ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ଦାଶ, ପ୍ରା” ଶାରୀରିକ ଶିକ୍ଷା ପ୍ରମୁଖ ଦିଲୀପ କୁମାର ସାଥୁଆ, ସହ ପ୍ରାନ୍ତ ଖେଳକୁଦ ପ୍ରମୁଖ ଦିଲୀପ କୁମାର କର, ସହପ୍ରାନ୍ତ ଶାରୀରିକ ଶିକ୍ଷା ଓ ଖେଳକୁଦ ସଂଯୋଜକ ସଂଜୟ କୁମାର ମିଶ୍ର, ଢେଙ୍କାନାଳ ବିଭାଗ ନିରୀକ୍ଷକ ସୁଶା” ପାଣିଗ୍ରାହୀ, ସମ୍ବଲପୁର ସହ ବିଭାଗ ନିରୀକ୍ଷକ ଗଣେଶ୍ୱର ପାତ୍ର, କେନ୍ଦୁଝର ବିଭାଗ ନିରୀକ୍ଷକ କ୍ଷେତ୍ରମୋହନ ଦାସ, ଓ ଏହି ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ଅଗସ୍ତି ପ୍ରମୁଖ ଏହି ପ୍ରଶିକ୍ଷଣ ରେ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଏହାକୁ ସଫଳ କରିବା ଦିଗରେ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ ରେ ସାରା ଓଡିଶାର ୩୦ ଟି ଯାକ ଜିଲ୍ଲାରୁ ୩୦ ଜଣ ବଛାବଛା ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଶିକ୍ଷାର୍ଥୀ ଭାବରେ ଯୋଗଦେଇ ଆଥଲେଟିକସ, କବାଡି, ଖୋଖୋ, ଭଲିବଲ, ଯୋଗାସନ, ଏବଂ ଫିଜିକାଲ ଫିଟନେସ ଆଦି ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷକମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ସହ ଆଗାମୀ ଦିନରେ ଶାରୀରିକ ଅଭ୍ୟାସ କୁ ଅଧିକ ସକ୍ରିୟ କରିବା ପାଇଁ ସଂକଳ୍ପ ନେଇଥିଲେ ା

Leave a Reply

Your email address will not be published. Required fields are marked *