ଚରମ୍ପା ରେଳ ଷ୍ଟେସନରେ ସ୍ୱୟଂସେବକ ମାନଙ୍କ ଦ୍ଵାରା  ଜଳ ବଣ୍ଟନ

ଚରମ୍ପା ରେଳ ଷ୍ଟେସନରେ ସ୍ୱୟଂସେବକ ମାନଙ୍କ ଦ୍ଵାରା  ଜଳ ବଣ୍ଟନ
ଚରମ୍ପା : ଗ୍ରୀଷ୍ମ ପ୍ରବାହ କାରଣରୁ ଦୂରରୁ ଆସୁଥିବା ଯାତ୍ରୀ ମାନଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ସ୍ୱଚ୍ଛ ଥଣ୍ଡା ପାନୀୟ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କୃତି ପ୍ରଚାର ସମିତି ପକ୍ଷରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ମାନଙ୍କ ଦ୍ଵାରା ଦିବା ୧୧ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଚରମ୍ପା ରେଳ ଷ୍ଟେସନରେ ସ୍ୱୟଂସେବକ ମାନଙ୍କ ଦ୍ଵାରା ରେଳ ଯାତ୍ରୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଛି। ଏହି ସେବାକାର୍ଯ୍ୟ ଗତକାଲି ରବିବାର ଠାରୁ ଆରମ୍ଭ ହୋଇ ଯାଇଛି । ପ୍ରତ୍ୟେକ ଦିନ ସ୍ଥାନୀୟ ସ୍ତରର ସଂଘ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ଏହି ସେବା କାର୍ଯ୍ୟ ଜାରି ରହିବ। ସଂସ୍କୃତି ପ୍ରଚାର ସମିତିର ସଦସ୍ୟ ଶ୍ରୀଯୁକ୍ତ ସୁଦର୍ଶନ ଲାହା ,ସଞ୍ଜୟ ବାରିକ୍ ପ୍ରମୁଖ ଏହି ସେବାକାର୍ଯ୍ୟରେ ଉପସ୍ଥିତ ଥିଲେ । ସେହିପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନଗର କାର୍ଯ୍ୟବାହ ରତିକାନ୍ତ ଆଚାର୍ଯ୍ୟ ,ନଗର ସେବା ପ୍ରମୁଖ ଦେବାଶିଷ ବାରିକ , ପୂର୍ଣ୍ଣଚନ୍ଦ୍ର ମହାଳିକ , ପ୍ରଭାତ ଶତପଥୀ ,ହିତେଶ ମହାନ୍ତି ,ଆଶିଷ ବାରିକ ,ମାନସ ନାୟକ ,ସୌମ୍ୟ ନାୟକ ,ପ୍ରହଲ୍ଲାଦ ପାଣି ,ସାଇମନ ମାରାଣ୍ଡି , ବେଦ ପ୍ରକାଶ ବଳ ପ୍ରମୁଖ ଯୋଡ଼ି ହୋଇ ଏହି ସେବା କାର୍ଯ୍ୟ ସମ୍ପାଦନ କରିଛନ୍ତି। ତତ୍ ସହିତ ସ୍ଥାନୀୟ ସ୍ତରରେ ସଞ୍ଜୟ କୁମାର ବାରିକ୍ ମଧ୍ୟ ଏହି କାର୍ଯ୍ୟ ପାଇଁ ସଂପୂର୍ଣ୍ଣ ରୂପେ ନିଜର ସହଯୋଗ ଯୋଗାଉଛନ୍ତି ।

Leave a Reply

Your email address will not be published. Required fields are marked *