ବାବା ବୁଢା ଅମରନାଥ ଯାତ୍ରା ଯୋଗୁଁ ହିନ୍ଦୁ ଜନସଂଖ୍ୟାରେ ୪ ପ୍ରତିଶତ ବୃଦ୍ଧିି; ଏହି ବର୍ଷ ଯାତ୍ରା ଅଗଷ୍ଟ ୧୭ ରେ ଆରମ୍ଭ ହେବ – ମିଲିନ୍ଦ ପରାଣ୍ଡେ

ବାବା ବୁଢା ଅମରନାଥ ଯାତ୍ରା ଯୋଗୁଁ ହିନ୍ଦୁ ଜନସଂଖ୍ୟାରେ ୪ ପ୍ରତିଶତ ବୃଦ୍ଧିି; ଏହି ବର୍ଷ ଯାତ୍ରା ଅଗଷ୍ଟ ୧୭ ରେ ଆରମ୍ଭ ହେବ – ମିଲିନ୍ଦ ପରାଣ୍ଡେ
ନୂଆଦିଲ୍ଲୀ। ଭାରତୀୟ ସୀମା ସଂଲଗ୍ନ କାଶ୍ମୀର ଉପତ୍ୟକାର ପୁଞ୍ଚରେ ବିରାଜମାନ ଶ୍ରୀ ବାବା ବୁଢା ଅମରନାଥଙ୍କ ଦର୍ଶନ ଏବଂ ପୂଜା କରିବା ପାଇଁ ଗତ ୨୧ ବର୍ଷ ଧରି ବଜରଙ୍ଗ ଦଳ ଏକ ଦୁଃସାହସିକ ତୀର୍ଥଯାତ୍ରା ଆୟୋଜନ କରିଆସୁଛି ।
ଏହି ତୀର୍ଥଯାତ୍ରା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ ସଂଗଠନ ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ କହିଛନ୍ତି ଯେ ୯୦ ଦଶକରେ ଉପତ୍ୟକାରେ ଜିହାଦୀ ଆତଙ୍କବାଦ ଏବଂ ସୀମା ଆରପଟୁ ନିରନ୍ତର ଗୁଳିବର୍ଷଣ ଯୋଗୁଁ ପୁରାତନ ତୀର୍ଥଯାତ୍ରା ପ୍ରାୟ ଲୋପ ପାଇଯାଇଥିଲା। ତଥାପି ବର୍ତ୍ତମାନ ଶ୍ରୀ ବାବା ବୁଢା ଅମରନାଥ ଯାତ୍ରା ଭାବରେ ପରିଚିତ ବାର୍ଷିକ ତୀର୍ଥଯାତ୍ରାରେ ଅଂଶଗ୍ରହଣ କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଏଠାରୁ ହିନ୍ଦୁମାନଙ୍କର ପଳାୟନ ମଧ୍ୟ ବନ୍ଦ ହୋଇଯାଇଛି। ଆମେ ଖୁସିର ସହିତ ଜଣାଇବାକୁ ଚାହୁଁଛୁ ଯେ ସ୍ଥାନୀୟ ହିନ୍ଦୁ ଜନସଂଖ୍ୟା ମଧ୍ୟ ପ୍ରାୟ ୪ ପ୍ରତିଶତ ବୃଦ୍ଧି ପାଇଛି।

ସେ କହିଛନ୍ତି ଯେ ବଜରଙ୍ଗ ଦଳ ଦ୍ୱାରା ପ୍ରତିବର୍ଷ ଆୟୋଜିତ ଏହି ତୀର୍ଥଯାତ୍ରା କେବଳ ଧାର୍ମିକ ନୁହେଁ ବରଂ ରାଷ୍ଟ୍ରୀୟ ଏକତାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସୀମାରେ ଜଗି ରହିଥିବା ଜବାନମାନଙ୍କ ପ୍ରତି ସମ୍ମାନ ଏବଂ ଗୌରବ ର୍ଶନ କରିବା ପାଇଁ ଏହା ଏକ ଯାତ୍ରା। ଏହି ଯାତ୍ରା ଫଳରେ ଯାତ୍ରା ମାର୍ଗରେ ଥିବା ସମସ୍ତ ହିନ୍ଦୁ ଧାର୍ମିକ ସ୍ଥଳ ସୁରକ୍ଷିତ ହୋଇଛି ଏବଂ ପାକିସ୍ତାନକୁ ଲାଗିଥିବା ଭାରତର ସୀମାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁଙ୍କ ମଧ୍ୟରେ “ପଳାୟନ ନୁହେଁ, ପରାକ୍ରମର’ ଭାବନା ଜାଗ୍ରତ ହୋଇଛି। ଦେଶର ସମସ୍ତ ରାଜ୍ୟର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରନ୍ତି। ଏଥର ଏହି ଯାତ୍ରା ଅଗଷ୍ଟ ୧୬ ରୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ଚାଲିବ।

ସେ ସୂଚନା ଦେଇଛନ୍ତି ଯେ ଏହି ଯାତ୍ରା ୧୬ ଅଗଷ୍ଟ ୨୦୨୬ ଦିନ ଅପରାହ୍ନ ୪ ଟାରେ ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରେ ଉଦ୍ଘାଟିତ ହେବ। ଅଗଷ୍ଟ ୧୭ ତାରିଖ ସକାଳ ୫ ଟାରେ ଜମ୍ମୁରୁ ପୁଞ୍ଚ ଅଭିମୁଖେ ବାବା ବୁଢା ଅମରନାଥ ଜୀଙ୍କୁ ଦର୍ଶନ କରିବା ପାଇଁ ଯାତ୍ରା ବାହାରିବ। ଅଗଷ୍ଟ ୧୮ ତାରିଖ ସକାଳ ୬ ଟାରେ ପୁଞ୍ଚରୁ ଦର୍ଶନର ଦୁଇ ଘଣ୍ଟା ପରେ ଯାତ୍ରା ବାହାରିବ ଏବଂ ସକାଳ ୧୦ ଟାରେ ସେଠାରୁ ଫେରିବ। ଫେରିବା ସମୟରେ ଯାତ୍ରା ରାଜୌରୀ ଦେଇ ସୁନ୍ଦରବନୀରେ ପହଞ୍ଚିବ ଏବଂ ସେଠାରେ ରାତ୍ରି ବିରାମ କରାଯିବ। ଯାତ୍ରା ପରଦିନ ସକାଳ ୫ଟାରେ ଶିବଖେଡି ଦର୍ଶନ ପାଇଁ ବାହାରିବ। ତା’ପରେ ଯାତ୍ରା କଟରାରେ ଶେଷ ହେବ। ଯାତ୍ରାର ଏହି କ୍ରମ ପ୍ରତିଦିନ ଜାରି ରହିବ, ପ୍ରତିଦିନ ଚାରିରୁ ପାଞ୍ଚଟି ରାଜ୍ୟର ଶ୍ରଦ୍ଧାଳୁ ଯାତ୍ରା କରିବେ।

ଏହି ଯାତ୍ରା ପାଇଁ ସାରା ଦେଶରୁ ବହୁ ସଂଖ୍ୟକ ଭକ୍ତ ଆସୁଛନ୍ତି। ସେମାନଙ୍କ ସୁବିଧା ଏବଂ ବ୍ୟବସ୍ଥା ପାଇଁ ଏକ ୱେବ୍ ପୋର୍ଟାଲ୍‌, ଷଗ୍ଧଗ୍ଧକ୍ଟ୍ରଗ୍ଦ://ଭଙ୍କୟଷବବଜ୍ଞବକ୍ସଦ୍ଭବଗ୍ଧଷ.କ୍ଟକ୍ସଶ, ଆରମ୍ଭ କରାଯାଇଛି, ଯାହା ମାଧ୍ୟମରେ ଭକ୍ତମାନେ ପଞ୍ଜୀକରଣ କରିପାରିବେ।
ଏହି ସାମ୍ବାଦିକ ସମ୍ମିଳନୀରେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ କିଶନ ପ୍ରଜାପତ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *