ଯାଜପୁର ଜିଲ୍ଲା ଶ୍ରୀରାମପୁର ଖଣ୍ଡ ର ମୁଗୁପାଳ ମଣ୍ଡଳରେ ହିନ୍ଦୁ ସମ୍ମିଳନୀ

ଯାଜପୁର ଜିଲ୍ଲା ଶ୍ରୀରାମପୁର ଖଣ୍ଡ ର ମୁଗୁପାଳ ମଣ୍ଡଳରେ ହିନ୍ଦୁ ସମ୍ମିଳନୀ
ଯାଜପୁର ଜିଲ୍ଲା ଶ୍ରୀରାମପୁର ଖଣ୍ଡ ର ମୁଗୁପାଳ ମଣ୍ଡଳ ଅନ୍ତର୍ଗତ କୁଆଖିଆ ବଜାର ର ସାନ ଓରାଳୀ ହର ପାର୍ବତୀ ର ହରି ହାଟ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି. ଏହି ସମ୍ମିଳନୀ ରେ ୫ ଟି ପଂଚାୟତ ର ୨୦୦୦ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ. ସକାଳ ୮ ଟା ରୁ ୧୦ ଟା ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ମହା ଯଂଜ୍ଞ ର ଆୟୋଜନ କରାଯଇଥିଲା. ଏହା ପରେ ୧୦ ଟା ରୁ ୧୧ ପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ କରାଯାଇଥିଲା. ୧୧ ଟା ରୁ ୧ ଘଣ୍ଟା ପର୍ଯ୍ୟନ୍ତ ସଭା ର ଆୟୋଜନ କରାଯାଇଥିଲା. ସାଧୁ, ସନ୍ଥ ଏବଂ ଅନ୍ୟ ଅତିଥି ମାନେ ଭାରତ ମାତା ପାଖରେ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ.ଏହି ହିନ୍ଦୁ ସମ୍ମିଳନୀ ର ସଂଯୋଜକ ବିଜୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଥମେ ମଞ୍ଚସ୍ଥ ଅତିଥି ମାନଙ୍କୁ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା. ଏଥିରେ ନାମ ସଂକୀର୍ତନ ମଠ, ବରୁଣେଶ୍ୱର ପୀଠ ଯାଜପୁର ର ବାବା ଶ୍ରୀ ସଚ୍ଚିତାନନ୍ଦ ମହାରାଜା ଯୋଗ ଦେଇଥିଲେ. ସେ ଭାରତ ବର୍ଷ ର ଅତୀତ, ବର୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋକ ପାତ କରିଥିଲେ. ଦର୍ଶନ ବିଦ୍ୟାର୍ଥୀ ମହାରାଜ, ଜଗନ୍ନାଥ ମଠ କେନ୍ଦୁଝର ରୁ ଆସି ଯୋଗ ଦେଇଥିଲେ. ସେ ସବୁ ହିନ୍ଦୁ ମାନଙ୍କୁ ଏକାଠି ହୋଇ ସମାଜ କୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ. ସେ ମଧ୍ୟ୍ୟ ଏହି ସମାଜ ତାର ଇତିହାସ ରୁ କିଛି ଶିକ୍ଷା କରିବା ନିହାତି ଜରୁରୀ ଅଟେ ବୋଲି କହିଥିଲେ. ଏହି ଅଂଚଳ ର ଅବସର ପ୍ରାପ୍ତ ଶିକ୍ଷକ ଆଦରଣୀୟ ଯୋଗେନ୍ଦ୍ର ପଣ୍ଡା ଏବଂ ଜିତେନ୍ଦ୍ର କୁମାର କର ମହୋଦୟ ଯୋଗ ଦେଇଥିଲେ. ପଣ୍ଡା ସାର ଭାରତର ଗୀତା, ବେଦ ସଂକୃତି କୁ ବଞ୍ଚାଇ ରଖିବା ଦରକାର ବୋଲି କହିଥିଲେ. କର ସାର ମଧ୍ୟ୍ୟ ଭାରତ ର ଅତୀତ ର ଶିକ୍ଷା, ପରିବେଶ, ଚଳଣି ସବୁ କିପରି ଥିଲା ବର୍ତମାନ ତାର ପୁନଃରୁଦ୍ଧାର କରିବା ପାଇଁ ଆମେ ସମସ୍ତେ ଲାଗିବା ଦରକାର. ପରିଶେଷରେ ରାଷ୍ଟ୍ରୀୟ ସ୍ୱୟଂସେବକ ର ଜିଲ୍ଲା କାର୍ଯ୍ୟବାହ ଅମୀୟ କୁମାର ସାମଲ ସଂଘ ର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ, ସଂଘ ର କଣ୍ଟାକମୟ
ଯାତ୍ରା ବିଷୟରେ ଆଲୋକପାତ କରିଥିଲେ ଏବଂ ପଞ୍ଚ ପରିବର୍ତ୍ତନ ର ବିଷୟରେ କହିଥିଲେ. ଏହି ମଞ୍ଚ ରେ ସମାଜସେବୀ ନୀଳ ତପଳା ଦାସ ଏବଂ ପ୍ରଫୁଲ ମଲ୍କିକ ଉପସ୍ଥିତ ଥିଲେ. .

Leave a Reply

Your email address will not be published. Required fields are marked *