ବିରିଡି ବ୍ଳକ ହିନ୍ଦୁ ସମାଜ ପକ୍ଷରୁ ମଧ୍ୟଶାସନ ମହାବୀର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ

ବିରିଡି ବ୍ଳକ ହିନ୍ଦୁ ସମାଜ ପକ୍ଷରୁ ମଧ୍ୟଶାସନ ମହାବୀର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ
ବିରିଡି: ବିରିଡି ବ୍ଳକ ହିନ୍ଦୁ ସମାଜ ପକ୍ଷରୁ ମଧ୍ୟଶାସନ ମହାବୀର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ବିଭୁପ୍ରସାଦ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିରିଡି ଖଣ୍ଡର ଉତ୍ତରଶାସନ, ଦରଡ଼ାଗ୍ରାମ, କୁଳକଇଜଙ୍ଗା, ହାଜିପୁର ପଞ୍ଚାୟତରୁ ୮୦୦ରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମହାବୀରଙ୍କ ପୂଜାର୍ଚ୍ଚନା ସହ କଳସ ଯାତ୍ରା ଓ ହନୁମାନ ଚାଳିଶା ପାଠ କରାଯାଇଥିଲା। ପରେ ସୁରେଶ ହୋତା, ଧରଣୀଧର ସାହୁ ଓ ପତିତପାବନ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବାବା ଅରକ୍ଷିତ ଦାସ, ବାବା ଦିବାକର ଦାସ, ପଣ୍ଡିତ ବାଦଲ ମିଶ୍ର, ରମାକାନ୍ତ ନାୟକ, ସଂଘ ପରିଚାଳକ ସତ୍ୟ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସନାତନ ଧର୍ମ ବା ହିନ୍ଦୁ ଧର୍ମ ପୃଥିବୀର ଶ୍ରେଷ୍ଠ ଧର୍ମ ବୋଲି କହିଥିଲେ । ଏଥିରେ ଦୀପ୍ତି ପରିଜା, ସ୍ମିତା ପ୍ରଧାନ, ଗୀତାଞ୍ଜଳି ସାହୁ, କଳ୍ପନା ମହାନ୍ତି, ସୁଦର୍ଶନ ପଣ୍ଡା, ଟୁଟୁ ମଲିକ, ଭାଗ୍ୟଧର ବେହେରା, ମାନସ ମଲ୍ଲିକ, ବାମଦେବ ମଲ୍ଲିକ, ସୁଜିତ ସାହୁ, ସତ୍ୟଭାମା ବେହେରା, ରାଜେଶ ଦାଶ, ନିରଞ୍ଜନ ସାସମାଲ ଓ ଅନ୍ୟମାନେ ସାମିଲ ହୋଇଥିଲେ।

Leave a Reply