ବିରିଡି ବ୍ଳକ୍ ବର୍ତମୀରା ଗୋପୀନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ

ବିରିଡି ବ୍ଳକ୍ ବର୍ତମୀରା ଗୋପୀନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ
ବିରିଡି: ବିରିଡି ବ୍ଳକ୍ ବର୍ତମୀରା ଗୋପୀନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିରିଡ଼ି ଖଣ୍ଡ ଅନ୍ତର୍ଗତ ବଡ଼ଖଣ୍ଡାୟତା, ବତିମୀରା, ଶଂଖପୁର, ଅଲାଣ୍ଡୋ ପଂଚାୟତରୁ ୫୦୦ରୁ ଅଧିକ ହିନ୍ଦୁ ଭାଇଭଉଣୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥ୍ ଭାବେ ବାବା ଅରକ୍ଷିତ ଦାସ ମହାରାଜ, ବାବା ଦିବାକର ଦାସ, ପଣ୍ଡିତ ଗୁରୁପ୍ରସାଦ ରଥ, ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା, ରାଜକିଶୋର ବେହେରା, ଦୀପକ କୁମାର ରାଉତ, ପୂର୍ବକ୍ଷେତ୍ର ସେବା ପ୍ରମୁଖ ଯୋଗଦେଇ ସନାତନ ଧର୍ମର ଅଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମକୁ ଅନୁପ କୁମାର ବୋଷ ସଂଯୋଜନା କରିବା ସହ ଉଦ୍‌ଘାଟନୀ ଅଭିଭାଷଣ ରଖୁଥିଲେ। ସୁଧାକର ସ୍ଵାଇଁ ଅତିଥ୍ୟପରିଚୟ ପ୍ରଦାନ କରିଥିଲେ। ଗୀତାଞ୍ଜଳି ସାହୁ, ରାମକୃଷ୍ଣ ପରିଜା, ବନବିହାରୀ ଜେନା, ଧୀରେନ୍ଦ୍ର ନାୟକ, ଟୁଟୁ ମଲ୍ଲିକ, ଭାସ୍କର ନାୟକ,ରତନ କୁମାର ରାଉତରାୟ, ପୂର୍ଣ୍ଣଚନ୍ଦ୍ର ଭୋଇ, ଅଶୋକ କାଣ୍ଡି, ମଧୁସୂଦନ ନାୟକ, ସତ୍ୟବ୍ରତ ଉତ୍ତରାୟ, ସୁରେନ୍ଦ୍ର କୁମାରସହୁ, ସୁବାସିନୀ ମହାପାତ୍ର, ବିକ୍ରମ ଦାଶ, ପରୀକ୍ଷିତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୌରୀଶଙ୍କର ରାୟ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *