Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁତ୍ୱ ହିଁ ଭାରତର ବ୍ୟକ୍ତିତ୍ୱ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁତ୍ୱ ହିଁ ଭାରତର ବ୍ୟକ୍ତିତ୍ୱ

କଟକ,୧/୬: ପ୍ରତ୍ୟେକ ରାଷ୍ଟ୍ରର ନିଜର ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ଅଛି । ବ୍ୟକ୍ତିତ୍ୱକୁ ଛାଡି ସେହି ରାଷ୍ଟ୍ରର ପ୍ରଗତିର କଳ୍ପନା କରାଯାଇ ପାରିବ ନାହିଁ । ଭାରତର  ବ୍ୟକ୍ତିତ୍ୱ ହେଉଛି ହିନ୍ଦୁତ୍ୱ  ବୋଲି ସମାପନ ଉସôବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ମତବ୍ୟକ୍ତ କରିଥିଲେ ।

 ସେ ଆହୁରି ମଧ୍ୟ କହିଥିଲେ ଯେ ଆସେତୁ ହିମାଚଳ ବିବିଧତା ଭିତରେ ହଜାର ହଜାର ବର୍ଷ ଧରି ଐକ୍ୟ ସ୍ଥପିତ ହୋଇ ଆସିଛି । ଏହି ଏକାତ୍ମତାର ଆଧାର ହେଉଛି ଆଧ୍ୟାତ୍ମିକତା ।  ଆମର ବିଶେଷତା ହେଉଛି ସତ୍ୟ ତଥା ଏକ ହିଁ ଈଶ୍ୱର, ସହିଷ୍ଣୁତା ଅର୍ଥାତ୍ ସମସ୍ତଙ୍କୁ ସ୍ୱୀକାର କରିବା । ପ୍ରତ୍ୟେକ ବ୍ୟକ୍ତି ଭିତରେ ସମାନ ଈଶ୍ୱର ଦର୍ଶନ କରିବା । ଏଠାରେ ବ୍ୟକ୍ତି ନିଜର ସାମର୍ଥ୍ୟ ଅନୁସାରେ ଈଶ୍ୱର ଚୟନ କରିବାର ସ୍ୱତନ୍ତ୍ରତା ପାଇଛି (ଝକ୍ଟ୍ରସକ୍ସସଗ୍ଧଙ୍କବକ୍ଷ ଊରଜ୍ଞକ୍ଟମକ୍ସବମଚ୍ଚ) । ଏହି ବିଶେଷ ହିନ୍ଦୁ ଜୀବନ ଦୃଷ୍ଟି କେବଳ ନିଜ ରାଷ୍ଟ୍ରର ଉନ୍ନତି ପାଇଁ ନୁହେଁ ବରଂ ଏହା ବିଶ୍ୱ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅଟେ । ଏହିଭଳି ଦୃଷ୍ଟିକୋଣ ସମ୍ପର୍ଣ୍ଣ ବ୍ୟକ୍ତି ନିର୍ମାଣରେ ଦୀର୍ଘ ୯୮ବର୍ଷ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଲାଗି ରହିଛି । ବିଶାଳ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ବିଶ୍ୱର ସର୍ବବୃହତ ସଂଗଠନକୁ ବୁଝିବାକୁ ହେଲେ ସଂଘ ଭିତରେ ରହି ହିଁ ବୁଝାଯାଇ ପାରିବ । ସେଥିପାଇଁ ଅନେକ ସଜ୍ଜନ ଓ ବିଦ୍ୱାନ ସଂଘ ସହିତ ଯୋଡି ହେବାରେ ଲାଗିଛନ୍ତି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମବର୍ଷ ଓ ଦ୍ୱିତୀୟବର୍ଷ ସଂଘ ଶିକ୍ଷାବର୍ଗ କେଶବଧାମ, ଗତିରାଉତପାଟଣା,କଟକ ଠାରେ ଅନୁଷ୍ଠିତ ହୋଇଯାଇଅଛି ।  ୫୦୦ଜଣ ଶିକ୍ଷାର୍ଥୀଙ୍କ ସମେତ ୬୪ ଜଣ ଶିକ୍ଷକ ଓ ୭୫ ଜଣ ପ୍ରବନ୍ଧକ ଏହିଭଳି ୬୩୯ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ହାତରୁ ୮ଶହ ଟଙ୍କା ପ୍ରଦାନ କରି ୨୦ଦିନ ଧରି ଏହି ଶିବିରରେ ବିଭିନ୍ନ ଶାରୀରିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କୃଷକ, ବୈଜ୍ଞାନିକ, ଡାକ୍ତର, ଇଂଜିନିୟର, ଅଧ୍ୟାପକ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ, ସ୍ନାତକ ଓ ସ୍ନାତକୋତର ଛାତ୍ର, ବ୍ୟବସାୟୀ  ଉପସ୍ଥିତ ଥିଲେ । ପ୍ରତ୍ୟହ ସକାଳ ୪.୩୦ମି. ସମୟରେ ପ୍ରାତଃ ଜାଗରଣ ପରେ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ୱୟଂସେବକ ବିଭିନ୍ନ ଶାରୀରିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ଅଭ୍ୟାସ କରିଥିଲେ । ଗୁରୁବାର ଦିନ ଅନୁଷ୍ଠିତ ସମାରୋପ କାର୍ଯ୍ୟକ୍ରମରେ ସେମାନେ ପ୍ରଶିକ୍ଷଣ ନେଇଥିବା ବିଭିନ୍ନ ଶାରୀରିକ କଳାକୌଶଳ ପ୍ରଦର୍ଶନ କରିଥିଲେ । 

ଏହି ପ୍ରଶିକ୍ଷଣ ବର୍ଗରେ ସରସଂଘଚାଳକ ଡ.ମୋହନ ଭାଗବତ,  ଅଖିଳ ଭାରତୀୟ କୁଟୁମ୍ଭ ପ୍ରବୋଧନ ପ୍ରମୁଖ ରବିନ୍ଦ୍ର ଯୋଶୀ, ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାୟାଜୀ ଯୋଷୀ, ସୁରେଶ ସୋନୀ ଓ  ସୁନୀଲପଦ ଗୋସ୍ୱାମୀ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ଏହି ବର୍ଗ ପ୍ରତ୍ୟେକ ବର୍ଷ କାର୍ଯ୍ୟକର୍ତା ନିର୍ମାଣ ଦୃଷ୍ଟିରୁ ଅନୁଷ୍ଠିତ ହୋଇଥାଏ ।

ଉକ୍ତ ସମାରୋପ ଉତ୍ସବରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭାପତି ଡକ୍ଟର ସୁଶାନ୍ତ କୁମାର ଦାସ  ମୁଖ୍ୟ ଅତିଥି ଭାବେ  ଯୋଗ ଦେଇଥିଲେ । ବର୍ଗକାର୍ଯ୍ୟବାହ ବରିଷ୍ଠ ଆଇନଜୀବୀ  ସର୍ବେଶ୍ୱର ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବର୍ଗର ସର୍ବାଧିକାରୀ ଭଗବାନ ତ୍ରପାଠୀ ବିବରଣୀ ପାଠ କରିଥିଲେ ।

Leave a Reply