ଗୋରୁ ବୋଝେଇ ଗାଡି ଜବତ

ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରୁ ୩୦  ତାରିଖ ଦିନ  ଭୋର ସମୟରେ ଏକ ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକେ ଅଟକାଇ ସୋର ପୁଲିସର ଜିମା ଦେବା ପରେ ପୁଲିସ ଟ୍ରକଟିକୁ ଜବତ କରିବା ସହିତ ୧୨ ଟି ଗୋରୁଙ୍କୁ ଉଦ୍ଧାର କରି ସୋର ଗୋଶାଳାରେ ଛାଡ଼ିଛି । ଏହି ଛକ ନିକଟରେ ୩୦  ତାରିଖ ଦିନ  ଭୋର ସମୟରେ କୋଲକାତାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଏପି୧୬ଜେ-୪୮୪୯ ନମ୍ବର ବିଶିଷ୍ଟ ଏକ ଟ୍ରକ ଯୋଗେ ୧୨ ଟି ଗୋରୁ ·ଲାଣ ହେଉଥିଲା । ଏହି ସମୟରେ ସୋର ଥାନା କଲେଜ ଛକ ନିକଟରେ ସ୍ଥାନୀୟ ଲୋକେ ଟ୍ରକରେ ଗୋରୁ ·ଲାଣ ହେଉଥିବା ଜାଣିବାକୁ ପାଇ ଗାଡିକୁ ଅଟକ ରଖି ସୋର ପୁଲିସ ଜିମା ଦେଇଥିଲେ । ଉଦ୍ଧାର ଗୋରୁ ଗୁଡିଙ୍କୁ ସୋର ଗୋଶାଳରେ ଛଡ଼ାଯାଇଥିବା ବେଳେ ଟ୍ରକର ଡ୍ରାଇଭର ଓ ହେଲ୍ପରକୁ ସୋର ଥାନାରେ ଅଟକ ରଖାଯାଇଛି ।

Leave a Reply

Your email address will not be published. Required fields are marked *