ଭବାନୀପାଟଣା ଠାରେ ଶିକ୍ଷା ବିକାଶ ସମିତି ତରଫରୁ ପ୍ରଧାନ ଆଚାର୍ଯ୍ୟ ଏବଂ ସମ୍ପାଦକଙ୍କ ବୈଠକ

ରାୟଗଡା:ଦୁଇ ଦିନ ଧରି ଭବାନୀପାଟଣା ଠାରେ ଶିକ୍ଷାବିକାଶ ସମିତି ଓଡିଶାର ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ମୋଟ ମିଶି ୩୬ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏବଂ ସମ୍ପାଦକ ମାନେ ଆସି ଯୋଗଦାନ କରି ଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସୁନନ୍ଦା ପଣ୍ଡା ବିଇଓ ଲାଞ୍ଜିଗଡ ଏବଂ ଭବାନୀପାଟଣା କାର୍ଯ୍ୟରତ, ସତ୍ୟନାରାୟଣ ପଟନାୟକ କୋଷାଧକ୍ୟ ଶିଶୁ ୍ୱିକାଶ ସମିତି ଦକ୍ଷିଣ ସମ୍ଭାଗ , ରୂପସିଂ ରାଉତ ଶିଶୁ ବିକାଶ ସମିତି ଦକ୍ଷିଣ ସମ୍ଭାଗ , ସୁକାନ୍ତ ବେହେରା ସଂଯୋଜକ ଶିଶୁ ବିକାଶ ସମିତି ଦକ୍ଷିଣ ସମ୍ଭାଗ, ବ୍ରଜବିହାରୀ ମୁଣ୍ଡ ସଭପତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଭବାନୀପାଟଣା ଆଦି ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଏବଂ ସମ୍ପାଦକ ମାନଙ୍କୁ ସୁବେଚ୍ଛା ଜଣେଇ ବିଦ୍ୟାଳୟର କିପରି ଉର୍ନତି କରଣ ହୋଇ ପାରିବ ସେବିଷୟରେ ଆଲୋଚନା କରିଥିଲେ ଏଥି ସହ ଶିକ୍ଷା ନିୟମ ୨୦୨୨ ବିଷୟରେ ବହୁତ କିଛି ଆଲୋଚନା କରିଥିଲେ ଶେଷରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମାନେ କିପରି ଓଡ଼ିଶାରେ ଶୀର୍ଷ ୨୦ ଭିତରେ ରହି ଉତୀର୍ଣ୍ଣ ହେଉଛନ୍ତି ସେ ବିଷୟରେ ଆଲୋଚନା କରି ଆଗକୁ କିପରି ଆହୁରି ଭଲ ହୋଇ ପାରିବ ଇତ୍ୟାଦି ସବୁ ବିଷୟରେ ଆଲୋଚନା କରିଥିଲେ । ସର୍ବାଧିକ ନମ୍ବର ରଖି ଦଶମ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ବୈଠକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ସୁଚାରୁରୂପେ ତୁଲାଇ ଥିଲେ ।

Leave a Reply

Your email address will not be published. Required fields are marked *