‘ପିଲାଙ୍କୁ ଉତ୍ତମ ସଂସ୍କାର ଦିଅ

‘ପିଲାଙ୍କୁ ଉତ୍ତମ ସଂସ୍କାର ଦିଅ
ହିନ୍ଦୁ ଏକତା ମହାଯଜ୍ଞ ଓ ସମ୍ମିଳନୀ
ଖୋର୍ଦ୍ଧା- ଖୋର୍ଦ୍ଧା ଉପକଣ୍ଠ ଗଡ଼ହଳଦିଆ ନିକଟ ଭଗବାନପୁର (କୁଆପୁଟ) ମା’ ମଙ୍ଗଳାଙ୍କ ପୀଠରେ ମଙ୍ଗଳବାର ସମଗ୍ର ହିନ୍ଦୁ ସମାଜର ଆନୁକୂଲ୍ୟରେ ହିନ୍ଦୁ ଏକତା ମହାଯଜ୍ଞ ଓ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ପୀଠରେ ମହାଯଜ୍ଞ ସହ ହନୁମାନ ଚାଳିଶା ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର, ବେଦପାଠ କରାଯାଇଥିଲା। ସେନା ନିବୃତ୍ତ ଅଧିକାରୀ ସମରେନ୍ଦ୍ର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ପୂର୍ବତନ ସେନା ଅଧିକାରୀ କର୍ନେଲ ଡା. ଶରତ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ଆର୍‌ଏସ୍ଏସ୍ ଜିଲା ପ୍ରଚାରକ ରାଜେଶ୍ବର ରାଉତ ମୁଖ୍ୟବକ୍ତା, ପ୍ରଫେସର ଅଶୋକ ନନ୍ଦ, ଶିକ୍ଷାବିତ୍ ପୁରୁଷୋତ୍ତମ ମିଶ୍ର, ରାମଚନ୍ଦ୍ର ମିଶ୍ର, ଗୁଣନିଧ୍ଵ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷୟିତ୍ରୀ ସୌଦାମିନୀ ସାହୁ ମଞ୍ଚ ସଂଯୋଜନା କରିଥିଲେ।
ମୁଖ୍ୟବକ୍ତା ରାଉତ ପଞ୍ଚ ପରିବର୍ତ୍ତନ ଓ ସ୍ଵଦେଶୀ ବିଚାର, ରାଷ୍ଟ୍ର ନିର୍ମାଣରେ ପରିବାର ଏବଂ ସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ। କାହାଣୀ ମାଧ୍ୟମରେ ପିଲାଙ୍କ ମନରେ ଆତ୍ମବିଶ୍ଵାସ ଭରିବା ସହ ପରିବାରରେ ସଂସ୍କୃତି,ପରମ୍ପରା ବଜାୟ ରଖୁବାକୁ କହିଥିଲେ। ପିଲାଙ୍କୁ ପାଠପଢା ସହ ଉତ୍ତମ ସଂସ୍କାର, ନିଜ ସଂସ୍କୃତି ସହ ପରିଚୟ କରାଇବା ଦାୟିତ୍ଵ ପିତାମାତାଙ୍କର ରହିଛି। ପରିବାରରେ ଏକତ୍ଵ ଭାବ, ଭାବର ଆଦାନପ୍ରଦାନ ସହ ସାହିପଡ଼ିଶାରେ ଉତ୍ତମ ବୁଝାମଣା, ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ପ୍ରଭାତ ପାଣିଗ୍ରାହୀ ଧନ୍ୟବାଦ ଦେଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *