ହିନ୍ଦୁ ଏକତା ମହାଯଜ୍ଞ ଅବସରରେ ପାଇକ ଆଖଡ଼ା କୌଶଳ ପ୍ରଦର୍ଶନ

ବେଗୁନିଆରେ ହିନ୍ଦୁ ଏକତା ମହାଯଜ୍ଞ
ହିନ୍ଦୁ ଏକତା ମହାଯଜ୍ଞ ଅବସରରେ ପାଇକ ଆଖଡ଼ା କୌଶଳ ପ୍ରଦର୍ଶନ କରାଯାଉଛି।
ବେଗୁନିଆ-ବେଗୁନିଆ ସଦର ମହକୁମାସ୍ଥିତ ଦଧିବାମନ ଦେବଙ୍କ ଆମ୍ରକାନନରେ ଜାନୁୟାରୀ 28 ତାରିଖ ଦିନ ହିନ୍ଦୁ ଏକତା ମହାଯଜ୍ଞ ଆୟୋଜିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାବେଶରେ ପ୍ରାୟ ୨ ହଜାର ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏଥିରେ ବହୁ ସାଧୁସନ୍ଥ, ସନ୍ୟାସୀ ଯୋଗଦେଇ ଯଜ୍ଞ ମନ୍ତ୍ର
ଉଚ୍ଚାରଣ କରିଥିଲେ। ଏହି ଅବସରରେ ଯଜ୍ଞବିଧି ମୁତାବକ କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା ପରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଶେଷରେ ଏକତ୍ରିତ ଶ୍ରଦ୍ଧାଳୁମାନେ ବେଗୁନିଆ ସଦର ମହକୁମାରୁ ଶାନ୍ତି ଶୋଭାଯାତ୍ରାରେ ବାହାରିଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ପାଇକ ଆଖଡ଼ା ଦର୍ଶକଙ୍କୁ ମୁଗ୍ଧ କରିଥିଲା ।

Leave a Reply

Your email address will not be published. Required fields are marked *