ବାସୁଦେବପୁର ନଗର ର ପ୍ରସନ୍ନ ଦେବ ବସତି ଓ ଶ୍ରୀକୃଷ୍ଣ ବସତି ରେ ବିଶାଳ ହିନ୍ଦୁ ସମ୍ମିଳନୀ

ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷରେ ସାରା ଭାରତବର୍ଷରେ ହେଉଥିବା ସପ୍ତସୂତ୍ରୀ କାର୍ଯ୍ୟକ୍ରମ ମଧ୍ୟରୁ ଚତୁର୍ଥ କାର୍ଯ୍ୟକ୍ରମର ସ୍ୱରୂପ “ବିଶାଳ ହିନ୍ଦୁ ସମ୍ମିଳନୀ ” ତା୨୫/୦୧/୨୦୨୬, ରବିବାର ବାସୁଦେବପୁର ନଗର ର ପ୍ରସନ୍ନ ଦେବ ବସତି ଓ ଶ୍ରୀକୃଷ୍ଣ ବସତି ରେ ସମସ୍ତ ହିନ୍ଦୁ ଭାଇ, ଭଉଣୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।  ୪୦୦୦ରୁ ଅଧିକ ହିନ୍ଦୁ ମାନଙ୍କ ସମାଗମରେ  ଉଭୟ ସ୍ଥାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରସନ୍ନ ଦେବ ବସତି ରେ ସକାଳ ସାତ ଘଟିକା ରୁ କଳସ ଶୋଭାଯାତ୍ରା, ଯଜ୍ଞ ୧୧. ୩୦ ପର୍ଯ୍ୟନ୍ତ ସାମୁହିକ ହନୁମାନ ଚାଳିଶା ପାଠ ଓ ଭଜନ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧. ୩୦ ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଧର୍ମସଭା ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରସନ୍ନ ଦେବ ବସତି ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ  ପ୍ରସନ୍ନ ଦେବ ବସତି ରେ, ମୁଖ୍ୟ ଅତିଥି ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର, ମୁଖ୍ୟ ବକ୍ତା ବାଲେଶ୍ବର ବିଭାଗ ସେବା ପ୍ରମୁଖ ଇନ୍ଦ୍ରମଣି ବେହେରା ଉପସ୍ଥିତ ଥିଲେ।ସଂଯୋଜନା ପ୍ରଦୀପ କୁମାର ବେହେରା କରିଥିବା ବେଳେ ସମ୍ମାନୀତ ଅତିଥି ରଶ୍ମି ରଞ୍ଜନ ପଲାଇ ନଗର ସଂଯୋଜକ,ପୂର୍ଣ୍ଣିମା ମହାନ୍ତି ଏ ବି ଭି ପି ନଗର ଉପ ସଭାପତି ଉପସ୍ଥିତ ଥିଲେ।ସହଯୋଗ ପ୍ରତାପ ପାଢୀ ନଗର ସହ ସଂଯୋଜକ,, ମାନସ ମହାପାତ୍ର, ପୁରୁଷୋତ୍ତମ ବେହେରା, ବିକାଶ ଶତପଥି,ରଶ୍ମୀ ପାଢୀ, ମନୋଜ ପାଢୀ, ଅଶୋକ ସାହୁ । ସମଗ୍ର ହିନ୍ଦୁ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ସହିତ ହିନ୍ଦୁ ପରିବାର ମଧ୍ୟରେ ସଂସ୍କୃତି ଅନୁରୂପ ସମରସତା ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ହିନ୍ଦୁ ସମାଜକୁ ମାର୍ଗଦର୍ଶନ ଦେଇଥିଲେ। ସେହିପରି ଶ୍ରିକୁଷ୍ନ୍ ବସତି ରେ ମୁଖ୍ୟ ଅତିଥି ସ୍ବାମୀ ଆଶ୍ରିଦ। ନନ୍ଦ ସରସ୍ଵତୀ, ମୁଖ୍ୟ ବକ୍ତା ମାନସ ରଞ୍ଜନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଯୋଗ ଦେଇ ଥିଲେ।ମଣି ଭଦ୍ର ଦାସ,,ସଂଯୋଜନା କରିଥିବା ବେଳେ ଅତିଥି ପରିଚୟ ଶଙ୍କର୍ଷଣ ମହାକୁଡ଼, ଧନ୍ୟବାଦ୍ ଗୌତମ ଦାସପ୍ରଦାନ କରିଥିଲେ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାଲେଶ୍ୱର ବିଭାଗ ଶାରୀରିକ ଶିକ୍ଷଣ ପ୍ରମୁଖ ଶ୍ରୀଯୁକ୍ତ ନାରାୟଣ ମହାକୁଡ଼, । କାର୍ଯ୍ୟକ୍ରମ କୁ ନଗର କାର୍ଯ୍ୟବାହ ରଶ୍ମୀ ରଞ୍ଜନ ପଲାଇ, ପ୍ରଦୀପ ସାହୁ ଉପସ୍ଥିତ ରହି ସଫଳ କରାଇ ଥିଲେ।

Leave a Reply