ଯାଜପୁର: ଯାଜପୁର ଜିଲ୍ଲା ଶ୍ରୀରାମପୁର ଖଣ୍ଡ ର ମୁଗୁପାଳ ମଣ୍ଡଳ ଅନ୍ତର୍ଗତ କୁଆଖିଆ ବଜାରର ସାନ ଓରାଳୀ ହର ପାର୍ବତୀ ହରି ହାଟ ପଡିଆ ରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି ସମ୍ମିଳନୀ ରେ ୫ ଟି ପଂଚାୟତ ର ୨୦୦୦ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ । ସକାଳ ୮ ଟା ରୁ ୧୦ ଟା ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ମହାଯଜ୍ଞ ର ଆୟୋଜନ କରାଯଇଥିଲା । ଏହା ପରେ ୧୦ ଟା ରୁ ୧୧ ପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ କରାଯାଇଥିଲା । ୧୧ ଟା ରୁ ୧ ଘଣ୍ଟା ପର୍ଯ୍ୟନ୍ତ ସଭା ର ଆୟୋଜନ କରାଯାଇଥିଲା । ସାଧୁ, ସନ୍ଥ ଏବଂ ଅନ୍ୟ ଅତିଥି ମନେ ଭାରତ ମାତା ପାଖରେ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ହିନ୍ଦୁ ସମ୍ମିଳନୀ ର ସଂଯୋଜକ ବିଜୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଥମେ ମଞ୍ଚସ୍ଥୀନ ଅତିଥି ମାନଙ୍କୁ ଉପଢ଼ଙ୍କନ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ନାମ ସଂକୀର୍ତନ ମଠ, ବରୁଣେଶ୍ୱର ପୀଠ ଯାଜପୁର ର ବାବା ଶ୍ରୀ ସଚ୍ଚିତାନନ୍ଦ ମହାରାଜା ଯୋଗ ଦେଇଥିଲେ । ସେ ଭାରତ ବର୍ଷ ର ଅତୀତ, ବର୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋକ ପାତ କରିଥିଲେ । ଦର୍ଶନ ବିଦ୍ୟାର୍ଥୀ ମହାରାଜ, ଜଗନ୍ନାଥ ମଠ କେନ୍ଦୁଝର ରୁ ଆସି ଯୋଗ ଦେଇଥିଲେ । ସେ ସବୁ ହିନ୍ଦୁମାନଙ୍କୁ ଏକାଠି ହୋଇ ସମାଜ କୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ । ସେ ମଧ୍ୟ୍ୟ ଏହି ସମାଜ ତାର ଇତିହାସ ରୁ କିଛି ଶିକ୍ଷା କରିବା ନିହାତି ଜରୁରୀ ଅଟେ ବୋଲି କହିଥିଲେ । ଏହି ଅଂଚଳର ଅବସର ପ୍ରାପ୍ତ ଶିକ୍ଷକ ଆଦରଣୀୟ ଯୋଗେନ୍ଦ୍ର ପଣ୍ଡା ଏବଂ ଜିତେନ୍ଦ୍ର କୁମାର କର ମହୋଦୟ ଯୋଗ ଦେଇଥିଲେ । ଶ୍ରୀ ପଣ୍ଡା ଭାରତର ଗୀତା, ବେଦ ସଂକୃତି କୁ ବଞ୍ଚାଇ ରଖିବା ଦରକାର ବୋଲି କହିଥିଲେ । ଶ୍ରୀ କର କହିଥିଲେ ଭାରତର ଅତୀତର ଶିକ୍ଷା, ପରିବେଶ, ଚଳଣି ସବୁ କିପରି ଥିଲା ବର୍ତମାନ ତାର ପୁନଃରୁଦ୍ଧାର କରିବା ପାଇଁ ଆମେ ସମସ୍ତେ ଲାଗିବା ଦରକାର । ପରିଶେଷରେ ରାଷ୍ଟ୍ରୀୟ ସ୍ୱୟଂସେବକର ଜିଲ୍ଲା କାର୍ଯ୍ୟବାହ ଅମୀୟ କୁମାର ସାମଲ ସଂଘ ର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ, ସଂଘ ର କଣ୍ଟାକମୟ ଯାତ୍ରା ବିଷୟରେ ଆଲୋକପାତ କରିଥିଲେ ଏବଂ ପଞ୍ଚ ପରିବର୍ତ୍ତନ ର ବିଷୟରେ କହିଥିଲେ । ଏହି ମଞ୍ଚ ରେ ସମାଜସେବୀ ନୀଳ ତପଳା ଦାସ ଏବଂ ପ୍ରଫୁଲ ମଲ୍କିକ ଉପସ୍ଥିତ ଥିଲେ ।