ରଞ୍ଜାଗୋଳରେ ହିନ୍ଦୁ ସମ୍ମିଳନୀ

ରଞ୍ଜାଗୋଳରେ ହିନ୍ଦୁ ସମ୍ମିଳନୀ
ଖଜୁରିଆକଟା: ହିନ୍ଦୋଳ ଉପଖଣ୍ଡର ସର୍ବପ୍ରାଚୀନ ଧୂନିଘର ମଠ ପ୍ରାଙ୍ଗଣରେ ବାସୁଦେବ ପ୍ରଧାନଙ୍କ ପୌରୋହିତ୍ୟରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଠର ମହନ୍ତ ମାଧବାନନ୍ଦ ଦାସ ମହାରାଜ ମାର୍ଗଦର୍ଶନ ଦେଇଥିଲେ । ସେହିପରି ସ୍ଥାନୀୟ ସିଦ୍ଧପୀଠର ମହନ୍ତ ରାମଦାସ ତାଙ୍କ ବକ୍ତବ୍ୟରେ ହିନ୍ଦୁଧର୍ମରେ ପ୍ରଚଳିତ ସାମାଜିକ ବ୍ୟବସ୍ଥାରେ ଐଶ୍ବରୀୟ ଚିନ୍ତାଧାରାକୁ ପାଥେୟ କରି ଜୀବନ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ଦିବାକର ନନ୍ଦ ଯୋଗଦେଇ ଗୀତାପାଠ ଉପରେ ଗୁରୁତ୍ଵ ଦେଇଥିଲେ। ସମ୍ମିଳନୀରେ ରଞ୍ଜାଗୋଳ ମୌଜା ସମେତ ସ୍ଥାନୀୟ ୮ଟି ପଞ୍ଚାୟତ ବାସିନ୍ଦା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରମୁଖ ପୁରୁଷୋତ୍ତମ ପାତ୍ର, ହିନ୍ଦୋଳ ଆର୍ଏସ୍ଏସ୍ ପ୍ରଚାରକ ପବିତ୍ରମୋହନ ଦାସ, ଜିଲ୍ଲା ବୌଦ୍ଧିକ ପ୍ରମୁଖ ଅଶ୍ବିନୀ କୁମାର ପତି, ରଞ୍ଜାଗୋଳ ମୌଜା ସଭାପତି ଲିଙ୍ଗରାଜ ସାହୁ, ମଣ୍ଡଳ ସଦସ୍ୟ ବିରଞ୍ଚିନାରାୟଣ ତ୍ରିପାଠୀ, ଜଗଦୀଶ ପ୍ରଧାନ, ନଗେନ୍ଦ୍ର ନାୟକ, ଅକ୍ଷୟ କୁମାର ପାଳ, ମାନସ ମହାରଣା, କୈଳାସ ଚନ୍ଦ୍ର ସାହୁ, ମନୋଜ ପ୍ରଧାନ, ଶଶିଭୂଷଣ ବେହେରା, ପ୍ରସନ୍ନ ସାହୁ, ବିଭୂତିଭୂଷଣ ସାହୁ, ବିମ୍ବାଧର ମାଝୀ, ଶ୍ରୀପତି ପ୍ରଧାନ, ବିନୋଦ କୁମାର ସାହୁ, ମୁରଲୀଧର ପ୍ରଧାନ, ବନମାଳୀ ଦେହୁରୀ, ସନାତନ ସାହୁ, ଶୁକଦେବ ବେହେରା, ଗୁଣଧର ପ୍ରଧାନ, ଗଣେଶ୍ଵର ବିଶ୍ଵାଳ ଓ ଶ୍ରୀରାମ ପ୍ରଧାନ ପ୍ରମୁଖ ସମ୍ମିଳନୀର ବିଭିନ୍ନ ଦାୟିତ୍ଵ ନିର୍ବାହ କରିଥିଲେ। ଜିଲ୍ଲା ସେବା ପ୍ରମୁଖ ତପନ କୁମାର ସାମଲ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *