ଶୈଳଶ୍ରୀ ବିହାରରେ ବିଶାଳ ହିନ୍ଦୁ ସମ୍ମିଳନୀ

ଶୈଳଶ୍ରୀ ବିହାରରେ ବିଶାଳ ହିନ୍ଦୁ ସମ୍ମିଳନୀ

ଗତ ତା ୧୮/୦୧/୨୬ ରିଖ ଦିନ ଶୈଳଶ୍ରୀ ବିହାର ସ୍ଥିତ ଦୁର୍ଗାପୂଜା ପଡ଼ିଆରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେଇଛି। ଏହି ସମ୍ମିଳନୀ ଶୈଳଶ୍ରୀ ବିହାରର ସମଗ୍ର ହିନ୍ଦୁ ସମାଜ ଦ୍ଵାରା ଆୟୋଜନ କରାଯାଇଥିଲା। ସମ୍ମିଳନୀରେ ହନୁମାନ ଚାଳିଶା ପାଠ, ସୁନ୍ଦରାକାଣ୍ଡ ପାଠ ଓ ଧର୍ମ ସଭା ସହିତ ଏକ ଭବ୍ୟ ବାଇକ୍ ରାଲୀର ଆୟୋଜନ କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ହିସାବରେ ଆଦିତ୍ୟ ବାହିନୀ, ପୁରୀର ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଓ ସିଦ୍ଧିଗିରି ପୀଠର ବାବା ବିଶ୍ଵନାଥ ଦାଶ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ନାୟକ ଅଧ୍ୟକ୍ଷତା କରି ଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ବମ୍ବର ପାଣି ।

ନାଗରିକ କର୍ତ୍ତବ୍ୟ, ସ୍ଵ ବୋଧ, ପର୍ଯ୍ୟାବରଣ ସୁରକ୍ଷା, ସାମାଜିକ ସମରସତା ତଥା କୁଟୁମ୍ବ ପ୍ରବୋଧନ ଆଦି ପଞ୍ଚ ପରିବର୍ତ୍ତନ ବିଷୟରେ ଆଲୋକ ପାତ ସହ ହିନ୍ଦୁମାନେ ସଂଗଠିତ ରହିଲେ ହିଁ ଭାରତ ବର୍ଷ ସମର୍ଥ ହୋଇ ପାରିବ ବୋଲି ପଣ୍ଡିତ ମିଶ୍ର ପ୍ରକାଶ କରିଥିଲେ ।

ହିନ୍ଦୁତ୍ୱ ହିଁ ରାଷ୍ଟ୍ରୀୟତା ସମ୍ୱନ୍ଧରେ ଶ୍ରୀଯୁକ୍ତ ପାଣି ଆଲୋକପାତ କରି ଥିଲେ। ନିଜର ଧର୍ମ ସଂସ୍କୃତିର ସୁରକ୍ଷା ତଥା ପାଳନ ସମ୍ବନ୍ଧରେ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ହିନ୍ଦୁମାନଙ୍କର ଜୀବନ ମୂଲ୍ୟ ବୋଧ ଆଧାରିତ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ଶେଷରେ ବାବା ବିଶ୍ଵନାଥ ସମସ୍ତଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ତାଙ୍କ ବୌଦ୍ଧିକ ପରେ ଓଡ଼ିଶୀ ନୃତ୍ୟର ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ଏହି ସମ୍ମିଳନୀରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ପ୍ରାୟ ୫୦୦୦ରୁ ଅଧିକ ସଂଖ୍ୟାରେ ହିନ୍ଦୁ ମାନେ ଏହି କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *