ଏବେ ସମସ୍ତଙ୍କ ନଜର-ଧରାପଡ଼ିଲେ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ

ଏବେ ସମସ୍ତଙ୍କ ନଜର-ଧରାପଡ଼ିଲେ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ

ବ୍ୟାସନଗର: ରାଜ୍ୟ ବାହାରକୁ ଯିବାକୁ ଭଡ଼ା ଗାଡି ଯୋଗାଡ଼ବେଳେ ଜାନୁୟାରୀ 17 ତାରିଖ ଦିନ ଧରାପଡ଼ିଲେ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ । ପୁଲିସ ଗାଡ଼ି ଦେଖୁ ଦୌଡ଼ି ପଲାଉ ଥିବାବେଳେ ପୁଲିସ ସହିତ ଧସ୍ତାଧସ୍ତି କରି ୫ଜଣ ଫେରାର ହୋଇଯାଇଛନ୍ତି। ସାଧାରଣ ଲୋକେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କାବୁ କରି ପୁଲିସକୁ ଜିମା ଦେଇଥିବାବେଳେ ସେହି ୨ ଜଣଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଛି। ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ପୁଲିସ ସନ୍ଦେହ କରି ସେମାନେ ଦେଇଥିବା ଠିକଣା ସହିତ ସେଠାକାର ପୁଲିସ ସହିତ ଯୋଗାଯୋଗ କରୁଛି ଯାଜପୁର ରୋଡ଼ ପୁଲିସ। ତଦନ୍ତରେ ବାଧା ଉପୁଜିବା ସନ୍ଦେହ କରି ପୁଲିସ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ମନା କରିଛି। ଅଟକ ବ୍ୟକ୍ତିଙ୍କ ପାଖରୁ ଓଜନିଆ ଆଟାଚି ଓ ବ୍ୟାଗ ଜବତ ହୋଇଛି । ଏହାକୁ ଧରି ସେମାନେ ଦୌଡିବା ବେଳେ ବ୍ୟାଗ ଅତ୍ୟଧିକ ଓଜନ ଥିବାରୁ ସେମାନେ
ନେଇପାରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ବ୍ୟାସନଗର ସହର ରାଧାନାଥ ମାର୍ଗରେ ୭ରୁ ଅଧିକ ଯୁବକ ଏକ ଭଡ଼ା ଗାଡ଼ି ଯୋଗାଡ଼ କରି ପଶ୍ଚିମବଙ୍ଗ ବଡ଼ରକୁ ଯିବାକୁ ଉଦ୍ୟମ କରୁଥିବାବେଳେ ଭଡା ଗାଡ଼ି ଚାଳକଙ୍କ ସନ୍ଦେହ ହେବାରୁ ସେ ଏନେଇ ଯାଜପୁର ରୋଡ଼ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଡ଼ି ଧରି ସେଠାରେ ପହଞ୍ଚିବା ବେଳେ ପୁଲିସ ଦେଖି ଭଡ଼ା ଗାଡି ଯୋଗାଡ଼ କରୁଥିବା ସମସ୍ତେ ଦୌଡିବାକୁ ଲାଗିଲେ । ପୁଲିସ ପିଛା କରି ଯିବାବେଳେ ଧସ୍ତାଧସ୍ତି କରି ୫ ଫେରାର ହୋଇଗଲେ । ଦୁଇଜଣଙ୍କୁ ଧରି ପୁଲିସ ଅଧୂକ ତଦନ୍ତ ଚଳାଇଛି। ତେବେ ଏମାନେ କେଉଁଠି ରହୁଥିଲେ, କାହିଁକି ପୁଲିସ ଦେଖୁ ଦୌଡିଲେ, କ’ଣ ପାଇଁ ରାଜ୍ୟ ବାହାରକୁ ଯିବାକୁ ଗାଡି ଠିକ କରୁଥିଲେ ତାକୁ ନେଇ ଥାନା ଅଧିକାରୀ ଆଶୀଷ କୁମାର ସାହୁ ତଦନ୍ତ ଜାରି ରଖୁଛନ୍ତି। ଅଟକ ବ୍ୟକ୍ତିଙ୍କ ନାମ ଓ ପରିଚୟ ଦେବାକୁ ମନା କରାଯାଇଛି ।

Leave a Reply

Your email address will not be published. Required fields are marked *