ବିବେକା ନନ୍ଦ ଜୟନ୍ତୀକୁ ସେବା ଦିବସ ରୂପେ ପାଳନ କରି ରକ୍ତଦାନ ଶିବିର

ବିବେକା ନନ୍ଦ ଜୟନ୍ତୀକୁ ସେବା ଦିବସ ରୂପେ ପାଳନ କରି ରକ୍ତଦାନ ଶିବିର
ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ପରିଚାଳିତ ସୁଶୃତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ଆରଗ୍ୟ ଭବନ ଓଲଟପୁର ଠାରେ ସ୍ୱାମୀ ବିବେକା ନନ୍ଦଙ୍କ ଜୟନ୍ତୀକୁ ସେବା ଦିବସ ରୂପେ ପାଳନ କରି ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଜାନୁୟାରୀ ୧୨ ତାରିଖ ଦିନ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସଖାଳ ୯:୦୦ ଘଟିକା ସମୟରେ ଓଲଟପୁର ମେଡିକାଲ୍ ପରିସରରେ ଥିବା ବିବେକା ନନ୍ଦଙ୍କର ପ୍ରତି ମୂର୍ତ୍ତୀରେ ପୂଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଆରଗ୍ୟ ଭବନରେ ଦୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିରକୁ ଉଦଘାଟନ କରାଯାଇଥିଲା । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥୁ ଭାବରେ ଏସ୍ ଭି ନିରତାର ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି, ସମ୍ମାନିତ ଅତିଥ୍ ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ମୁଖ୍ୟ ମାର୍ଗ ପ୍ରମୁଖ ଶ୍ରୀମାନ ସିମାଞ୍ଚଳ ଖଟୁଆ , ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କଟକ ବିଭାଗ କାର୍ଯ୍ୟବାହ ଶ୍ରୀମାନ ଶରତ କୁମାର ସେନ୍ ଉପସ୍ଥିତ ଥିବା ବେଳେ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ପାଳକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥୁ ତାଙ୍କର ଅଭିଭାଷଣରେ ବିବେକାନନ୍ଦଙ୍କର ଯୁବ ସମାଜ ପ୍ରତି ଆହ୍ୱାନ ବିଷୟରେ ଆଲୋକ ପାତ କରିଥିଲେ । ସ୍ୱାମୀ ବିବେକାନନ୍ଦ ସାରା ବିଶ୍ୱ ଏକ କୁଟୁମ୍ବ, ଯୁବକ ମାନଙ୍କର ଦେଶ ପ୍ରତି ଭଲ ପାଇବା ଓ କର୍ତ୍ତବ୍ୟ ବିଷୟରେ ସମ୍ମାନିତ ଅତିଥୁ ଶ୍ରୀମାନ ସିମାଞ୍ଚଳ ଖଟୁଆ ତାଙ୍କର ଅଭିଭାଷଣରେ କହିଥିଲେ। କାର୍ଯ୍ୟକ୍ରମର ସଭାପତି ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିବା ସହିତ ବିବେକାନନ୍ଦଙ୍କର ଜୟନ୍ତୀକୁ ସେବା ଦିବସ ରୂପେ କାହିଁକି ପାଳନ କରାଯାଉଛି ତାହା ଆଲୋକପାତ କରିଥିଲେ। ବିବେକାନନ୍ଦଙ୍କର ଜିବନୀର ଆଲୋକ ପାତ କରି ପ୍ରତ୍ୟେକ ଯୁବକ ସମାଜ ସ୍ୱାମୀଜୀଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ କରିଥିଲେ। ସେବା ଭାରତୀ, ଓଡ଼ିଶା ପୂର୍ବ ପ୍ରାନ୍ତର ସଂଗଠନ ମନ୍ତ୍ରୀ ଶ୍ରୀ ରୁଦ୍ରନାରାୟଣ ମହାପାତ୍ର ଅତିଥ୍ ମାନକଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ଶିବିର ରେ ମୋଟ ୮୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ କଟକ ବଡ ମେଡିକାଲ ରେଡକ୍ରସ ବ୍ଲଡ଼ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଥିଲା ।
କାର୍ଯ୍ୟକ୍ରମରେ ଉତ୍କଳ ବିପନ୍ନ ସହାୟତା ସମିତର ସମ୍ପାଦକ ଡି କ୍ରିଷ୍ଣ ଗୋପାଳ, ସଦସ୍ୟ ଶ୍ରୀସତ୍ୟ ସୋଭନ ମିଶ୍ର, ଶ୍ରୀ ଅଶୋକ କୁମାର ଦାସ, ପୁରୀ ବିଭାଗ ସମ୍ପର୍କ ପ୍ରମୁଖ ଏବଂ ଓ ଲଟପୁର ର ବିଶିଷ୍ଠ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି କାର୍ଯ୍ୟ କ୍ରମକୁ ସାଫଲ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *