ପଞ୍ଚୁଘଣ୍ଟା ବସତି ଇସ୍କନ ମନ୍ଦିର ପ୍ରାଙ୍ଗଣ ରେ ହିନ୍ଦୁ ସମ୍ମିଳନୀ

ବିଶାଳ ହିନ୍ଦୁ ସମ୍ମିଳନୀ

ଜଳେଶ୍ଵର ନଗର : ସୃଷ୍ଟିର ଆରମ୍ଭରୁ ହିନ୍ଦୁ ସମାଜ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଏବଂ ମାନବ ସମାଜର କଲ୍ୟାଣ ଚିନ୍ତା କରିଆସିଛନ୍ତି। ଏହି ମହାନ ପରମ୍ପରାକୁ ଆଗକୁ ନେବା ପାଇଁ ସ୍ଥାନୀୟ ପଞ୍ଚୁଘଣ୍ଟା ବସତି ଇସ୍କନ ମନ୍ଦିର ପ୍ରାଙ୍ଗଣ ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ମଞ୍ଚାସୀନ ଅତିଥି ଓ ବକ୍ତାମାନେ ସନାତନ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ସାମାଜିକ ସମରସତା, ସୁଦୃଢ଼ ହିନ୍ଦୁ ପରିବାର ବ୍ୟବସ୍ଥା, ପର୍ଯ୍ୟାବରଣ ସୁରକ୍ଷା ଏବଂ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ବକ୍ତାମାନେ ନିଜର ବହୁମୂଲ୍ୟ ମତ ରଖିଥିଲେ। ଏଥିସହ ନିଜର ସ୍ଵ-ଭାଷା, ସ୍ଵ-ଭୂଷା ଏବଂ ସ୍ଵ-ସଂସ୍କୃତିର ମହାନତାକୁ ବଜାୟ ରଖିବା ପାଇଁ ସମାଜକୁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ଗିରି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁଜ୍ୟପାଦ ହେମହରିପଦ ଦାସ ବ୍ରହ୍ମଚାରି ପ୍ରଭୁ, ଓଡ଼ିଶା ଇସ୍କନ୍ ର ପ୍ରଚାରକ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରଦ୍ଧେୟ ବରୁଣ ବନଛୋର , ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସହବିଭାଗ କର୍ଯ୍ୟଵାହ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଅତିଥି ମାନଙ୍କର ପରିଚୟ ଶ୍ରୀ ଶିବପ୍ରସାଦ ଭୁୟାଁ କରିଥିଲେ।
ସହସ୍ରାଧିକ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ପ୍ରସାଦ ସେବନ କରିଥିଲେ। ହିନ୍ଦୁ ଜୀବନ ଶୈଳୀ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି ।
ଏହି କାର୍ଯ୍ୟକ୍ରମରେ ଜଳେଶ୍ଵର ନଗର ସଂଘଚାଳକ ରାଧାଶ୍ଯାମ ଦାସ, ନଗର କର୍ଯ୍ୟଵାହ ବିଶ୍ଵବିନୋଦ ଭଞ୍ଜ,ଆଶୁତୋଶ୍ ଦାସ, ରାଜାରାମ ପାତ୍ର, ରଞ୍ଜିତ କୁମାର ସାହୁ, ସୁମିତ ରାଠୀ, ସତ୍ୟରଞ୍ଜନ ପରିଡ଼ା ଓ ଇସ୍କନ୍ ର ଭକ୍ତ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *