ଯଶିପୁରରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ଯଶିପୁରରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ଯଶିପୁର: ଯଶିପୁର ବଜାର ସନ୍ନିକଟ ପଦ୍ମପୁର ଦୁର୍ଗାମଣ୍ଡପଠାରେ ସମଗ୍ର ହିନ୍ଦୁ ସମାଜର ଆହ୍ବାନକ୍ରମେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କାଳୀମନ୍ଦିର ନିକଟ ନଦୀଘାଟରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା କଳସ କଳସଯାତ୍ରା କରି ପୁରୁଣାବଜାର, ରରୁଆଁ ଛକ ଦେଇ ପଦ୍ମପୁର ଦୁର୍ଗାମଣ୍ଡପଠାରେ ବିରାଟ ଶୋଭାଯାତ୍ରାରେ ପହଂଚିଥିଲା। ଆୟୋଜନ ସମିତିର ସଂଯୋଜକ ଅରବିନ୍ଦ ସାହୁ ଓ ସହ ସଂଯୋଜକ ଡଃ ରଂଜନ ଶିଖରଙ୍କ ଆବାହକତ୍ବରେ ଆୟୋଜିତ ସମ୍ମିଳନୀରେ ବିଭିନ୍ନ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ ଯୋଗଦେଇ ଅସଂଗଠିତ ହିନ୍ଦୁ ସମାଜକୁ ସଂଗଠିତ ହେବାକୁ ଆହ୍ବାନ ଦେଇଥିଲେ।ଯୁବ ପରିବେଶବିତ୍‌ ତଥା ସଂଗଠକ ସତ୍ୟନାରାୟଣ ମାଝୀ ସଂଘର ଶତାବ୍ଦୀ ବର୍ଷର ଆହ୍ବାନ ପଂଚ ପରିବର୍ତ୍ତନକୁ ଆପଣାଇଲେ ହିଁ ହିନ୍ଦୁ ସମାଜ ସମୃଦ୍ଧ ହେବା ସହିତ ସମାଜ ସଂସ୍କାର ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବ୍ରହ୍ମାକୁମାରୀ ରେଣୁକା ଭଉଣୀ ଯୋଗଦେଇ ହିନ୍ଦୁ ମାନଙ୍କୁ ସ୍ବଜାଗରଣର ଆହ୍ବାନ ଦେଇଥିଲେ।ଏହା ସହିତ ସେବାନିବୃତ୍ତ ହିନ୍ଦୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତ ହିନ୍ଦୁସମାଜସଂଗଠିତ ହେଲେ ସମାଜ ସଶକ୍ତ ଏବଂ ସାମର୍ଥ୍ୟବାନ ଭାରତ ନିର୍ମାଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମିଳନୀରେ ପୂଜ୍ୟ ସ୍ବାମୀ ସଦାଶିବାନନ୍ଦ ସରସ୍ବତୀ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ସମାଜ ଏକାଠି ହେବାର ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନୃତ୍ୟ ଅନୁଷ୍ଠାନର ଗୁରୁମା ସୁରେଖା ପ୍ରଧାନ ମଂଚ ପରିଚାଳନା କରିଥିବା ବେଳେ ସମିତିର ସଦସ୍ୟ ପ୍ରିୟନାଥ ମହାନ୍ତ, ଅଶ୍ବିନୀ ଦାସ, ଉଦୟଗିରି ମହାନ୍ତ, ବ୍ରଜେଶ୍ବର ମହାନ୍ତ,ସତ୍ୟବାନ ମହାନ୍ତ, କାର୍ତ୍ତିକ ମହାନ୍ତ, ସୁରେଶ ମହାନ୍ତ ଓ ଚିତ୍ତରଂଜନ ମହାନ୍ତି ସମେତ ବହୁ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ହିନ୍ଦୁ ସମ୍ମିଳନୀ ସଫଳ କରିବାରେ ଶହ ଶହ ହିନ୍ଦୁପ୍ରେମୀ ଯୋଗଦେଇଥିଲେ।ଏହି ପରିପେକ୍ଷୀରେ ଯଶିପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଗଣ ସାଂସ୍କୃତିକ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ।ଶେଷରେ ଆୟୋଜନ ସମିତିର ସଂଯୋଜକ ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *