ମା ମଙ୍ଗଳା ବସତି ହିନ୍ଦୁ ସମ୍ମିଳନୀ ଓ ମହା ବିଷ୍ଣୁ ଯଜ୍ଞ ଅନୁଷ୍ଠିତ

ମା ମଙ୍ଗଳା ବସତି ହିନ୍ଦୁ ସମ୍ମିଳନୀ ଓ ମହା ବିଷ୍ଣୁ ଯଜ୍ଞ ଅନୁଷ୍ଠିତ
ମର୍କତ ନଗର : ସୃଷ୍ଟିର ଆରମ୍ଭରୁ ହିନ୍ଦୁ ସମାଜ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଏବଂ ମାନବ ସମାଜର କଲ୍ୟାଣ ଚିନ୍ତା କରିଆସିଛନ୍ତି। ଏହି ମହାନ ପରମ୍ପରାକୁ ଆଗକୁ ନେବା ପାଇଁ ସ୍ଥାନୀୟ ମା ମଙ୍ଗଳା ବସତି (ସିଡିଏ ସେକ୍ଟର- ୭) ଠାରେ ହିନ୍ଦୁ ସମ୍ମିଳନୀ ଓ ବିଶ୍ଵଶାନ୍ତି ମହା ବିଷ୍ଣୁ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ମଞ୍ଚାସୀନ ଅତିଥି ଓ ବକ୍ତାମାନେ ସନାତନ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ସାମାଜିକ ସମରସତା, ସୁଦୃଢ଼ ହିନ୍ଦୁ ପରିବାର ବ୍ୟବସ୍ଥା, ପର୍ଯ୍ୟାବରଣ ସୁରକ୍ଷା ଏବଂ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ବକ୍ତାମାନେ ନିଜର ବହୁମୂଲ୍ୟ ମତ ରଖିଥିଲେ। ଏଥିସହ ନିଜର ସ୍ଵ-ଭାଷା, ସ୍ଵ-ଭୂଷା ଏବଂ ସ୍ଵ-ସଂସ୍କୃତିର ମହାନତାକୁ ବଜାୟ ରଖିବା ପାଇଁ ସମାଜକୁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ପ୍ରଫେସର ଡା ପ୍ରଫୁଲ୍ଲ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଉପ-ସଭାପତି ଦୋଳଗୋବିନ୍ଦ ସାହୁ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ବିନୟ କୁମାର ଭୂୟାଁ, ମୁଖ୍ୟ ଅତିଥି ଭାବେ ଡା ଗୌତମ ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ବିପିନି ବିହାରୀ ରାଉତ, ସନ୍ଥ ଯୋଗାଚାର୍ଯ୍ୟ ଡମ୍ବରୁଧର ସାହୁ, ନିରଞ୍ଜନ ପତି, ବିରଞ୍ଚି ନାରାୟଣ ଜେନା ଓ ଲକ୍ଷ୍ମିଧର ପ୍ରହରାଜ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଜେନା ମଞ୍ଚ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମା ମଙ୍ଗଳା ବସତି ହିନ୍ଦୁ ସମ୍ମିଳନୀ ସ୍ବାଗତ ସମିତିର କର୍ମକର୍ତ୍ତା ପୂର୍ଣ୍ଣ ଚନ୍ଦ୍ର ଜେନା, କୃଷ୍ଣ ଚନ୍ଦ୍ର ପ୍ରଧାନ, ସୌମ୍ୟରଞ୍ଜନ ପରିଜା, ଗିରୀଜା ଶଙ୍କର ନାୟକ, କୌସ୍ତୁଭ ଚୌଧୁରୀ, ମନୋରମା ରାଉତ, କ୍ଷୀରୋଦ ଦାସ, ଚିରଞ୍ଜୟ ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ଜ୍ୟୋତି ରଞ୍ଜନ ଷଡ଼ଙ୍ଗୀ ଏବଂ ବବିତା ସାହୁ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
ଯଜ୍ଞ ପରେ ସହସ୍ରାଧିକ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ପ୍ରସାଦ ସେବନ କରିଥିଲେ। ହିନ୍ଦୁ ଜୀବନ ଶୈଳୀ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *