ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଓଡ଼ିଶା

ନକ୍ସଲମୁକ୍ତ ଭାରତ ଦିଗରେ ଦେଶକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। କନ୍ଧମାଳରେ ସୁରକ୍ଷାବାହିନୀର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା 6 ଜଣ ନକ୍ସଲ ନିହତ ହୋଇଛନ୍ତି। ମୃତ ନକ୍ସଲଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସାମିଲ ରହିଛି।
ଏକ୍ସରେ ଏକ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ‘‘ନକ୍ସଲମୁକ୍ତ ଭାରତ ଦିଗରେ ଦେଶକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଓଡ଼ିଶାର କନ୍ଧମାଳରେ ଏକ ବଡ଼ଧରଣର ଅପରେସନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ଏବେ ସୁଦ୍ଧା 6 ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ପ୍ରମୁଖ ସଫଳତା ସହିତ, ଓଡ଼ିଶା ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଛିଡ଼ା ହୋଇଛି। 31 ମାର୍ଚ୍ଚ 2026 ସୁଦ୍ଧା ନକ୍ସଲବାଦର ବିଲୋପ ପାଇଁ ଆମେ ସଂକଳ୍ପବଦ୍ଧ।’’

Leave a Reply

Your email address will not be published. Required fields are marked *