Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ବୈଜ୍ଞାନିକଙ୍କ ସଫଳତା ଖୋଜିଲେ -ବୃହସ୍ପତିଠାରୁ ୧୩ ଗୁଣ ବଡ଼ ଗ୍ରହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ବୈଜ୍ଞାନିକଙ୍କ ସଫଳତା ଖୋଜିଲେ -ବୃହସ୍ପତିଠାରୁ ୧୩ ଗୁଣ ବଡ଼ ଗ୍ରହ

ମାଉଣ୍ଟ ଆବୁ : ଜଣେ ଭାରତୀୟ ପ୍ରଫେସରଙ୍କ ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ବୈଜ୍ଞାନିକ ଦଳ ଏକ ବଡ଼ ଆବିଷ୍କାର କରିଛନ୍ତି । ସେମାନେ ବୃହସ୍ପତିଠାରୁ ୧୩ ଗୁଣ ବଡ଼ ଏକ ଗ୍ରହକୁ ଆବିଷ୍କାର କରିଛନ୍ତି । ପ୍ରଫେସର ଅଭିଜିତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱାଧୀନ ଭୌତିକ ଗବେଷଣା ପରୀକ୍ଷାଗାର (ପିଆରଏଲ୍) ସୌରମଣ୍ଡଳ ବାହାରେ ଥିବା ଏହି ଗ୍ରହକୁ ଆବିଷ୍କାର କରିଛି । ଏହି ପରୀକ୍ଷାଗାର ଅହମ୍ମଦାବାଦରେ ଅବସ୍ଥିତ । ଏହି ଗ୍ରହର ବସ୍ତୁତ୍ୱ ହେଉଛି ୧୪ ଗ୍ରାମ/ ସେମି୩ । ଏଷ୍ଟ୍ରୋନୋମୀ ଏଣ୍ଡ ଆଷ୍ଟ୍ରୋଫିଜିକ୍ସ ପତ୍ରିକାରେ ଏହି ଗ୍ରହ ବିଷୟରେ ସବିଶେଷ ତଥ୍ୟ ପ୍ରକାଶ ପାଇଛି । ଖାସ୍ କଥା ହେଉଛି ଏହା ଏହାର ସୌରମଣ୍ଡଳ ବାହାରେ ତୃତୀୟ ଗ୍ରହ ଯାହାକୁ ଭାରତ ଏବଂ ପିଆରଏଲର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । ଏହି ଟିମରେ ଭାରତ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ ଓ ଆମେରିକାର ବୈଜ୍ଞାନିକମାନେ ସାମିଲ ଅଛନ୍ତି । ଏହି ଗବେଷକ ଦଳ ମାଉଣ୍ଟ ଆବୁର ଗୁରୁଶିଖର ଅବଜରଭେଟୋରୀରେ ସ୍ୱଦେଶୀ ପିଆରଏଲ୍ ଆଡଭାନ୍ସଡ୍ ରେଡିୟଲ୍-ଭେଲୋସିଟି ଆବୁ-ସ୍କୋଏ ସର୍ଚ୍ଚ ସ୍ପେକ୍ଟ୍ରୋଗ୍ରାଫ୍ (ପାରାସ୍) ବ୍ୟବହାର କରି ଗ୍ରହର ପ୍ରକୃତ ବସ୍ତୁତ୍ୱ ନିର୍ଦ୍ଧାରଣ କରିଥିଲେ । ଏହି ନୂଆ ଗ୍ରହର ନାମ ଟିଓଆଇ ୪୬୦୩ବି ବା ଏଚଡି ୨୪୫୧୩୪ ବି ରଖାଯାଇଛି । ଏହି ଗ୍ରହ ପୃଥିବୀଠାରୁ ୭୩୧ ଆଲୋକବର୍ଷ ଦୂରରେ ଅବସ୍ଥିତ ଏବଂ ପ୍ରତି ୭.୨୪ ଦିନରେ ଏହା ନିକଟରେ ଥିବା ନକ୍ଷତ୍ରକୁ ପରିକ୍ରମା କରିଥାଏ ।

Leave a Reply