ବାଂଲାଦେଶୀ ସନ୍ଦେହରେ ୧୩ ଜଣଙ୍କୁ ଥାନାକୁ ଆଣି ଯାଞ୍ଚ

ବାଂଲାଦେଶୀ ସନ୍ଦେହରେ ୧୩ ଜଣଙ୍କୁ ଥାନାକୁ ଆଣି ଯାଞ୍ଚ
ବାସୁଦେବପୁର: ବାଂଲାଦେଶୀ ସନ୍ଦେହରେ ଡିସେମ୍ବର ୨ ତାରିଖ ଦିନ ୮ ଜଣଙ୍କୁ ପୁଲିସ ଉଠାଇ ଆଣିଥିଲା। ସେହିପରି ୩ ତାରିଖ ଦିନ ଆଉ ୫ ଜଣଙ୍କୁ ଅଟକ ରଖିଛି ପୁଲିସ। ଦୁଇଦିନ ଧରି ସ୍ଥାନୀୟ ପୁଲିସ ସମେତ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ବିଭିନ୍ନ ସ୍ଥାନରେ ଚଢାଉ କରି ୧୩ ଜଣଙ୍କୁ ଥାନାକୁ ଆଣି ଯାଞ୍ଚ କରୁଛନ୍ତି। ସେମାନଙ୍କ ଆଧାର କାର୍ଡ ସହିତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ଛାଡ଼ି ଦେଇଥିବା ସୂଚନା ମିଳିଛି।
ତେବେ ସେମାନେ ପଡ଼ୋଶୀ ପଶ୍ଚିମବଙ୍ଗରୁ ଆସି ଫେରି କାମ କରୁଥିବା ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା ପୁଲିସ ସ୍ଥାନୀୟ ଥାନାଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ବିଭିନ୍ନ ସ୍ଥାନରେ ରହି କାମ କରୁଥିବା ୫ ଜଣଙ୍କୁ ଉଠାଇ ଆଣିଥିଲା ପୁଲିସ ସମସ୍ତଙ୍କ ଆଧାରକାର୍ଡ ଯାଞ୍ଚ କରି ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *