ମୁଜାମ୍ମିଲ ଶକିଲ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା ମିଲ୍‌ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍‌ ବିସ୍ଫୋରଣ ମାମଲାରେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଏକ ପ୍ରମୁଖ ସୁରାକ ମିଳିଛି। ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା ମିଲ୍‌ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ। ତଦନ୍ତ ସମୟରେ ପୋଲିସ ହରିୟାଣାର ଫରିଦାବାଦର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ ମିଲ୍‌ ଏବଂ ଯନ୍ତ୍ରପାତି ଉଦ୍ଧାର କରିଛି।

ଜମ୍ମୁ-କଶ୍ମୀରର ପୁଲଓ୍ବାମାର ବାସିନ୍ଦା ଗନି ଫରିଦାବାଦରେ ତାଙ୍କ ଭଡ଼ା ଘରେ ୟୁରିଆକୁ ସୂକ୍ଷ୍ମ ପାଉଡରରେ ପେଷିବା ପାଇଁ ଏକ ଅଟା ମିଲ ବ୍ୟବହାର କରିଥିଲେ ଏବଂ ତା’ପରେ ରାସାୟନିକ ପ୍ରସ୍ତୁତ କରିବା ପାଇଁ ଏକ ବୈଦ୍ୟୁତିକ ମେଶିନ ସାହାଯ୍ୟରେ ଏହାକୁ ବିଶୋଧିତ କରିଥିଲେ। ନଭେମ୍ବର ୯ରେ ପୋଲିସ ସେହି ସ୍ଥାନରୁ ୩୬୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ସ୍ବୀକାର କରିଥିଲେ ଯେ, ସେ ଦୀର୍ଘ ସମୟ ଧରି ଏହି ପଦ୍ଧତି ବ୍ୟବହାର କରି ୟୁରିଆରୁ ଆମୋନିୟମ ନାଇଟ୍ରେଟ୍‌ ପୃଥକ କରି ବିସ୍ଫୋରକ ପ୍ରସ୍ତୁତ କରୁଥିଲେ। ସେ ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟରେ ଜଣେ ଡାକ୍ତର ଥିଲେ।

NIA ଦଳ ଫରିଦାବାଦର ଟ୍ୟାକ୍ସି ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଛି ଯାହାଙ୍କ ଘରୁ ଉପକରଣ ଉଦ୍ଧାର କରାଯାଇଥିଲା। ଡ୍ରାଇଭର କହିଛନ୍ତି, ପ୍ରାୟ ୪ ବର୍ଷ ପୂର୍ବେ ସେ ତାଙ୍କ ପୁଅର ଚିକିତ୍ସା ପାଇଁ ଅଲ୍‌-ଫଲାହ ମେଡିକାଲ କଲେଜ ଯାଇଥିବା ସମୟରେ ଗଣାଇଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *