ପର୍ଯ୍ୟାୟ କ୍ରମେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି 

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି,ପର୍ଯ୍ୟାୟ କ୍ରମେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି । ଶ୍ରୀମନ୍ଦିରରେ ନୀତିକାନ୍ତି ଅଧିକ ନ ଥିବ, ସେହି ସମୟରେ ଗଣତିମଣତି ହେବ। ନୀତିରେ ବାଧା ଓ ଶ୍ରଦ୍ଧାଳୁଙ୍କୁ ଯେଭଳି ଅସୁବିଧା ନ ହେବ ଧ୍ୟାନ ଦେବୁ।ଆଉ ଏକ ନୂଆ SOP ଆସିବ, ପର୍ଯ୍ୟାୟ କ୍ରମେ ଗଣତିମଣତି ହେବ।କୌଣସି ସମୟସୀମା ନୁହେଁ, ତ୍ରୁଟି ଶୂନ୍ୟ ଗଣତିମଣତି ଲକ୍ଷ୍ୟ। ଶ୍ରୀଜିଉଙ୍କର ସ୍ବର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ କରିବାକୁ ପ୍ରସ୍ତାବ ଗୃହୀତ। ଏଥିପାଇଁ ଏକ ଯୋଜନା ଆରମ୍ଭ କରିବୁ, ଶ୍ରଦ୍ଧାଳୁ ଚାହିଁଲେ ଦାନ କରିପାରିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *