ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୁବ ସମ୍ମିଳନୀ

ବ୍ରହ୍ମପୁର -ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ପରିପେକ୍ଷୀରେ ଆଜି ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ରାଷ୍ଟ୍ର ହିତ ପାଇଁ ଯୁବ ସମାଜ ର ଭୂମିକା ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରା ଯାଇ ଥିଲା I ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅଖିଳ ଭାରତୀୟ ସଦ୍ଭାବନା ପ୍ରମୁଖ ଡ.ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ରୂପ ଯୋଗଦେଇ ଭାରତୀୟ ଜ୍ଞାନ କୌଶଳ ଭାରତୀୟ ଜ୍ଞାନ ପଦ୍ଧତି, ସାମଜିକ ବ୍ୟବସ୍ଥା ତଥା ଭାରତୀୟ ଜ୍ଞାନ ଆଜିର ବିଶ୍ଵକୁ କିପରି ମାର୍ଗ ଦର୍ଶନ କରି ପାରିବ ସେ ଉପରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସହପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ ସଂଘ ର ବିସ୍ତୃତ କାର୍ଯ୍ୟ ପଦ୍ଧତି ଏବଂ ସଂଘ ରେ ଯୁବ ସମାଜ ର ଭୂମିକା ଉପରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥଲେ I କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ କାର୍ଯ୍ୟକ୍ରମ ର ସଭାପତିତ୍ବ କରିଥିଲେ I ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *