ଶୁକୃଳି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ଯୁବ ସମ୍ମିଳନୀ

ଶୁକୃଳି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ଯୁବ ସମ୍ମିଳନୀ

ଶୁକୃଳି: ଶୁକୃଳି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ଯୁବ ସମ୍ମିଳନୀ ଅନଷ୍ଠିତ ହୋଇଯାଇଛି। ୩୦୦ରୁ ଅଧିକ ଯୁବକ ସମ୍ମିଳନୀରେ ଭାଗନେଇଥିଲେ।

ରାଇରଙ୍ଗପୁର ଜିଲ୍ଲା କର୍ଯ୍ୟକର୍ତ୍ତା ସୁବ୍ରତ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୟୂରଭଞ୍ଜ ସେବା ପ୍ରମୁଖ ଖଗେଶ୍ଵର ମହାନ୍ତ, ମୁଖ୍ୟବକ୍ତା ଭାବେ ଶୁକୃଳି ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ମଲ୍ଲିକ, ସମ୍ମାନିତ ଅତିଥି ଭାବରେ ଚନ୍ଦନ କୁମାର ଦାସଅଧିକାରୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ଗିରି ସ୍ଵାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନଶିକ୍ଷକ କାମିନୀକାନ୍ତ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟରଞ୍ଜନ ମହାକୁଡ଼, ମା’ କିଚକେଶ୍ବରୀ କଳାନିକେତନର ନୃତ୍ୟଗୁରୁ କହ୍ନେଇ ଚରଣ ନାଏକ, ସମ୍ପାଦକ ପ୍ରସାଦ କୁମାର ଘଣା ମା’ କିଚକେଶ୍ବରୀ ସଦନର ସଭାପତି ସୁମନ୍ତ କୁମାର ଗିରି, ଅଧ୍ୟାପକ ସରୋଜ କୁମାର ପଲେଇ, ଅଧ୍ୟାପକ ଗଣେଶ ବେଶ୍ରା, ସମାଜସେବୀ ଶଶିଭୂଷଣ ମିଶ୍ର ଓ ଶିକ୍ଷାବିତ୍ ଡ. ସଂଗ୍ରାମ କେଶରୀ ମଲ୍ଲିକଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା। ବିକ୍ରମ କେଶରୀ ନାୟକ, ବକେଶ୍ଵର ମହାନ୍ତ, ସାରସ କୁମାର ଗିରି, ଆଲୋକ କୁମାର ସାହୁ, ମନୋଜ କୁମାର ମହାନ୍ତ, ଦାଶରଥୀ ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶୁକୃଳି ଡିଗ୍ରୀ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମା କିଚକେଶ୍ବରୀ କଳାନିକେତନ ଓ ମା’ କିଚକେଶ୍ବରୀ ମହାବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *