ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କନ୍ଧମାଳ ଜିଲ୍ଲା ତରଫରୁ ବାଲିଗୁଡାରେ ଯୁବ ସମ୍ମିଳନୀ
ଫୁଲବାଣୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କନ୍ଧମାଳ ଜିଲ୍ଲା, ତରଫରୁ ନଭେମ୍ବର 16 ତାରିଖ ଦିନ ବାଲିଗୁଡାରେ ଏକ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୫ ଟି ବ୍ଲକ୍,ନୂଆଗାଁ, ବାଲିଗୁଡା,କୋଟଗଡ,ତୁମୁଡିବନ୍ଧ ଓ ଦାରିଙ୍ଗବାଡିର ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବାଲିଗୁଡା ସ୍ଥିତ ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରଦୀପର ସମ୍ପାଦକ ଆଦରଣୀୟ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ | ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗଞ୍ଜାମ ବିଭାଗର ଆଦରଣୀୟ ସହ ବିଭାଗ କାର୍ଯ୍ୟବାହ ଝୁରିଆ ଜାନୀ ମଧ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ | ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କନ୍ଧମାଳ ଜିଲ୍ଲାର ମାନନୀୟ ଜିଲ୍ଲା ସଂଘଚାଳକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁଙ୍କ ସମେତ ବାଲିଗୁଡା ନଗର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାପାତ୍ର ସୁସଂଗଠିତ ହିନ୍ଦୁ ସମାଜ, ସାମାଜିକ ସମରସତା ଓ ରାଷ୍ଟ୍ରଭକ୍ତି ଉପରେ ମତ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ, ସେ ନିଜ ବକ୍ତବ୍ୟ ମାଧ୍ୟମରେ ପର୍ଯ୍ୟାବରଣର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ, ନିଜର ବକ୍ତବ୍ୟ ମାଧ୍ୟମରେ ସେ ଯୁବଶକ୍ତିଙ୍କୁ ସମ୍ବୋଧନ କରି କହିଥିଲେ କି ରାଷ୍ଟ୍ରର ଉନ୍ନତି ପାଇଁ ସମସ୍ତଙ୍କ ତତ୍ପରତା ଆବଶ୍ୟକ, ଏଣୁ ପ୍ରତୈକ ଯୁବକ ନିଶ୍ଚିତ ଭାବରେ ପ୍ରତିଦିନ ଏକ ଘଣ୍ଟା ସମାଜ ପାଇଁ ସାମୁହିକ ଭାବରେ କିଛି କାମ କରିବା ଆବଶ୍ୟକ | ମୁଖ୍ୟ ବକ୍ତା ଭାରତର ସ୍ୱାଧିନତା ପୁର୍ବବର୍ତ୍ତୀ ଓ ପରବର୍ତ୍ତୀ ଭାରତର ସ୍ଥିତି ବିଷୟରେ ବର୍ଣ୍ଣନା କରି କହିଥିଲେ | ସ୍ୱାଧିନତା ଓ ସ୍ୱତନ୍ତ୍ରତା ଭିତରେ ଥିବା ଫରକ ବିଷୟରେ କହିବାକୁ ଯାଇ ସେ କହିଥିଲେ କି ଭାରତର ନିଜର ସ୍ୱତନ୍ତ୍ରତା ପାଇଁ ବିଶ୍ୱ ସ୍ତରରେ ଏକ ଭିନ୍ନ ପରିଚୟ ରହି ଆସିଛି | ଏହି ସ୍ୱତନ୍ତ୍ର ପରିଚୟର ଆଧାର ଆମ ସଂସ୍କୃତି ଓ ଅଧ୍ୟାତ୍ମିକତା ଏଣୂ ଏହାର ସଂରକ୍ଷଣର ଆବଶ୍ୟକତା ରହିଛି ବୋଲି ସେ ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ | ବାଲିଗୁଡା ବନଖଣ୍ଡ ଅଧିକାରୀ ଆଦରଣୀୟ ଶ୍ରୀଯୁକ୍ତ ଘନଶ୍ୟାମ ମହନ୍ତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଯୁବସମାଜକୁ ମାର୍ଗଦର୍ଶନ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଏକ ଫୋଟ ଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ ହୋଇଥିଲା | ଏହି ପ୍ରଦର୍ଶନୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷର ସଙ୍ଘର୍ଷମୟ ଯାତ୍ରାବିଗତ ଦିନ ମାନଙ୍କରେ ହୋଇଥିବା ସେବାମୂଳକ୍ କାର୍ଯ୍ୟ,ଦେଶର ମହାନ ସ୍ୱାଧିନତା ସଂଗ୍ରାମୀଙ୍କ ବିଷୟରେ ତଥା ଓଡିଶାର ପଞ୍ଚସଖାଙ୍କ ଅବଦାନକୁ ସ୍ମରଣରେ କରିବା ତଥା ଯୁବ ପିଢିକୁ ଏ ସମସ୍ତ ବିଷୟରେ ଅପଗତ କରାଇବା ପାଇଁ ଆୟୋଜନ ହୋଇଥିଲା | କନ୍ଧମାଳ ଜିଲ୍ଲାର ସଂଘର ସହ ଜିଲ୍ଲା କାର୍ଯ୍ୟବାହ ଶ୍ରୀମାନ ନରେଶ ମହାନ୍ତି, ମାନନୀୟ ସହ-ଜିଲ୍ଲା ସଂଘଚାଳକ ଶ୍ରୀଯୁକ୍ତ କୁବେର କହଁର, ଫୁଲବାଣୀ ନଗରର ମାନନୀୟ ନଗର ସଂଘଚାଳକ ଗୋବିନ୍ଦ ନାୟକ,ବାଲିଗୁଡା,ଦାରିଙ୍ଗବାଡି,ତୁମୁଡିବନ୍ଧ,କ. ନୁଆଗାଁ ଓ କୋଟଗଡ ଖଣ୍ଡର କାର୍ଯ୍ୟବାହ,ସହ-ଜିଲ୍ଲାb ସେବା ପ୍ରମୁଖ, ଜ଼ିଲ୍ଲା ପ୍ରଚାର ପ୍ରମୁଖ, ଜ଼ିଲ୍ଲା ତଥା ସହ ଜ଼ିଲ୍ଲା ବ୍ୟବସ୍ଥା ପ୍ରମୁଖ,ଜିଲ୍ଲା ସଦଭାବନା ପ୍ରମୁଖ ଏବଂ ୫ ଟି ଖଣ୍ଡରୁ ୪୦୦ରୁ ଅଧିକ ଯୁବକଙ୍କ ସମେତ ସମୁଦାୟ ୫୫୦ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |